ETV Bharat / bharat

ଭାରତରେ ପହଞ୍ଚିଲା କୋଭିଡ ଭାଇରସର ନୂଆ ଷ୍ଟ୍ରେନ, ଦିଲ୍ଲୀରେ ଜଣେ ପଜିଟିଭ ଚିହ୍ନଟ

author img

By

Published : Dec 23, 2020, 7:41 PM IST

ରାଜଧାନୀ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ନୂଆ କୋଭିଡ ଷ୍ଟ୍ରେନ ସଂକ୍ରମିତ ପ୍ରଥମ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଇଂଲଣ୍ଡରୁ ଦିଲ୍ଲୀ ଆସିଥିଲେ । ତେବେ ରୋଗୀ ଜଣଙ୍କୁ ଅଲଗା କୋଠରୀରେ ରଖାଯାଇଥିବା ଲୋକନାୟକ ହସ୍ପିଟାଲର ମେଡିକାଲ ନିର୍ଦେଶକ ଡାକ୍ତର ସୁରେଶ କୁମାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଭାରତରେ ପହଞ୍ଚିଲା କୋଭିଡ ଭାଇରସର ନୂଆ ଷ୍ଟ୍ରେନ, ଦିଲ୍ଲୀରେ ଜଣେ ପଜିଟିଭ ଚିହ୍ନଟ
ଭାରତରେ ପହଞ୍ଚିଲା କୋଭିଡ ଭାଇରସର ନୂଆ ଷ୍ଟ୍ରେନ, ଦିଲ୍ଲୀରେ ଜଣେ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ବ୍ରିଟେନରେ ମହାମାରୀ କୋରୋନା ଭାଇରସର ନୂଆ ଷ୍ଟ୍ରେନରୁ ସଂକ୍ରମଣ ମାତ୍ରା ବଢିବାରେ ଲାଗିଛି । ଏହାକୁ ନେଇ ସାରା ବିଶ୍ବରେ ଖେଳିଯାଇଛି ଆତଙ୍କ । ବ୍ରିଟେନରେ ଏହି ଭାଇରସର ଭୟଙ୍କର ରୂପ ଦେଖି ରବିବାରରୁ ହିଁ କଡା ପ୍ରତିବନ୍ଧକ ସହ ଲକଡାଉନ ଲାଗୁ କରିଦିଆଯାଇଛି । ଏଥିପାଇଁ ଲୋକେ ଘରେ ଭିତରେ ହିଁ ରହିବାକୁ ବାଧ୍ୟ ହୋଇଯାଇଛନ୍ତି । ତେବେ ଏନେଇ ଭାରତରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢିଥିବାବେଳେ ଦିଲ୍ଲୀରେ ପହଞ୍ଚିସାରିଛି କୋରୋନାର ନୂଆ ଷ୍ଟ୍ରେନ ।

ରାଜଧାନୀ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ନୂଆ କୋଭିଡ ଷ୍ଟ୍ରେନ ସଂକ୍ରମିତ ପ୍ରଥମ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଇଂଲଣ୍ଡରୁ ଦିଲ୍ଲୀ ଆସିଥିଲେ । ତେବେ ରୋଗୀ ଜଣଙ୍କୁ ଅଲଗା କୋଠରୀରେ ରଖାଯାଇଥିବା ଲୋକନାୟକ ହସ୍ପିଟାଲର ମେଡିକାଲ ନିର୍ଦେଶକ ଡାକ୍ତର ସୁରେଶ କୁମାର ସୂଚନା ଦେଇଛନ୍ତି ।

କୋରୋନା ଭାଇରସର ନୂଆ ରୂପକୁ ଦୃଷ୍ଟିରେ ରଖି ବ୍ରିଟେନରୁ ଆସି ପହଞ୍ଚିଥିବା ଯାତ୍ରୀଙ୍କ ପାଇଁ SOP ଜାରି କରିଥିଲେ ଭାରତ ସରକାର । ସରକାରଙ୍କ ପକ୍ଷରୁ ଜାରି ଏସଓପି ଅନୁଯାୟୀ ବିଦେଶରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଗତ 14 ଦିନର ଟ୍ରାଭେଲ ହିଷ୍ଟ୍ରୀ ଦେବାକୁ ପଡିବ ଏବଂ କୋଭିଡ 19 ପାଇଁ ସ୍କ୍ରିନିଂ ହେବାକୁ ଥିବା ଫର୍ମ ପୂରଣ କରିବାକୁ ପଡିବ।

କରୋନା ଭାଇରସର ଏହି ନୂତନ ରୂପକୁ 70 ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିବେଚନା କରାଯାଉଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଅଧିକ ଜୀବନ ପ୍ରତି ବିପଦପୂର୍ଣ୍ଣ କିମ୍ବା ଟୀକା ଉପରେ ଭିନ୍ନ ପ୍ରତିକ୍ରିୟା କରିବ ବୋଲି କୌଣସି ପ୍ରମାଣ ନାହିଁ। ହେଲେ ଏହି ଭାଇରସ ଯୋଗୁଁ ସଂକ୍ରମଣ ବହୁତ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି ।

ଏହା ପୂର୍ବରୁ ବ୍ରିଟେନରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ବୟାନ ଦେଇଥିଲା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ ବ୍ରିଟେନରେ କାୟା ବିସ୍ତାର କରୁଥିବା କୋରୋନା ନୂଆ ଷ୍ଟ୍ରେନର ପ୍ରଭାବ ଭାରତରେ ପଡିନାହିଁ ।

ନୂଆ କୋରୋନା ରୂପର ମ୍ୟୁଟେସନ ଯୋଗୁଁ ଭାଇରସକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଆଉ ଜଣେ ବ୍ୟକ୍ତିଙ୍କ ନିକଟକୁ ଯିବା ପାଇଁ ସଂକ୍ରମଣ କ୍ଷମତା ବୃଦ୍ଧି ଘଟିଛି । ତେବେ ଭାଇରସର 70 ପ୍ରତିଶତ ସଂକ୍ରମଣ କ୍ଷମତା ତଥା ଟ୍ରାନ୍ସମିସିବିଲିଟି ବଢିଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.