ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀଙ୍କୁ କେନ୍ଦ୍ର ସରକାର ପ୍ରତିବର୍ଷ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଜାରି କରିଛନ୍ତି । ପ୍ରକାଶଥାଉକି, 23 ଜାନୁଆରୀରେ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ପାଳନ କରାଯିବ। ଦେଶ ପ୍ରତି ତାଙ୍କର ମହାନ ଅବଦାନକୁ ମନେ ପକାଇବା ପାଇଁ ଏହ ଦିବସକୁ ପାଳନ କରାଯିବ ।
ଦେଶର ପ୍ରତି ତାଙ୍କର ଭାବନା ଓ ନିସ୍ବାର୍ଥ ସେବାକୁ ସମ୍ମାନିତ କରାଯିବା ପାଇଁ ପରାକ୍ରମ ଦିବସ ପାଳନ କରାଯିବ । ଏହା ଦ୍ବାରା ଦେଶରେ ଯୁବପୀଢୀଙ୍କୁ ପ୍ରେରଣା ମିଳିବ। ସେମାନଙ୍କ ମଧ୍ୟରେ ଦେଶ ଭକ୍ତି ଓ ସାହସ ଭାବନାକୁ ସମାହିତ କରିବା ପରାକ୍ରମ ଦିବସ ପାଳନର ଉଦ୍ଦେଶ୍ୟ । ପ୍ରକାଶଥାଉକି, ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ତେଣୁ ବିଜେପି ଏଥର ଧୁମଧାମରେ ବୋଷଙ୍କ ଜନ୍ମଦିନ ପାଳନ କରିବ ।
ତେବେ 23 ଜାନୁଆରୀରେ ମୋଦି ପଶ୍ଚିମବଙ୍ଗ ଗସ୍ତ କରିବେ । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ନେତାଜୀ ମେମୋରିଆଲ୍ ସଂଗ୍ରହାଳୟର ଉଦଘାଟନ କରିବେ ।