ETV Bharat / bharat

ଭାରତୀୟ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କଲା ନେପାଳ

author img

By

Published : Jul 13, 2020, 5:32 PM IST

କେତେକ ଭାରତୀୟ ଗଣମାଧ୍ୟମରେ ନେପାଳ ବିରୋଧରେ ପ୍ରସାରିତ ହେଉଥିବା ତଥ୍ୟ ନଲକି, ଭିତ୍ତିହୀନ ଏବଂ ସମ୍ବେଦନଶୀଳ ତଥା ଅପମାନଜନକ । ତେଣୁ ଏଭଳି ରିପୋର୍ଟ ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଜରିଆରେ ନିବେଦନ କରିଛି ନେପାଳ ।

ନେପାଳ
ନେପାଳ

କାଠମାଣ୍ଡୁ : କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଭାରତକୁ ଚିଠି ପଠାଇ ଭାରତୀୟ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ଲଗାଇବାକୁ ଅନୁରୋଧ କରିଛି ନେପାଳ । କେତେକ ଭାରତୀୟ ଗଣମାଧ୍ୟମରେ ନେପାଳ ବିରୋଧରେ ପ୍ରସାରିତ ହେଉଥିବା ତଥ୍ୟ ନଲକି, ଭିତ୍ତିହୀନ ଏବଂ ସମ୍ବେଦନଶୀଳ ତଥା ଅପମାନଜନକ । ତେଣୁ ଏଭଳି ରିପୋର୍ଟ ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଜରିଆରେ ନିବେଦନ କରିଛି ନେପାଳ ।

ଏହା ପୂର୍ବରୁ ନେପାଳ ଗୁରୁବାର ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ବେସରକାରୀ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଭାରତୀୟ ଗଣମାଧ୍ୟମ ଦେଶର ଜାତୀୟ ଭାବନାକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରି ଏଭଳି ପଦକ୍ଷେପ ନେଇଥିଲେ ନେପାଳ ସରକାର । ତେବେ ନେପାଳ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପର କିଛି ଦିନ ପରେ ଏଭଳି ଆବେଦନ କରାଯାଇଛି । ସେପଟେ ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ଶୁକ୍ରବାର ଦିନ ନୂଆଦିଲ୍ଲୀରେ ନେପାଳର ଦୂତାବାସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏହି ଚିଠି ପ୍ରଦାନ କରିଥିଲେ । ନେପାଳ ପ୍ରଧାନମନ୍ତ୍ରୀଙ୍କ ଜଣେ ସହଯୋଗୀଙ୍କ ଅନୁଯାୟୀ, ଭାରତୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ରିପୋର୍ଟ ନକଲି, ଭିତ୍ତିହୀନ ଏବଂ ସମ୍ବେଦନଶୀଳ ହେବା ସହ ନେପାଳ ଏବଂ ନେପାଳୀ ନେତୃତ୍ୱକୁ ଅପମାନିତ କରୁଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏଥିରେ ଆହୁରି ଲେଖାଯାଇଛି ଯେ, ଏଭଳି ରିପୋର୍ଟ କେବଳ ବିଭ୍ରାନ୍ତିକର ଏବଂ ଭୁଲ ତଥ୍ୟ ପ୍ରଦାନ କରେନାହିଁ ବରଂ ଏହାଦ୍ବାରା ସାର୍ବଜନିନ ଶାଳୀନତାର ଭାବନାକୁ ମଧ୍ୟ ଖରାପ କରେ । ଭାରତୀୟ ଗଣମାଧ୍ୟମ ଦ୍ବାରା ପ୍ରସାରିତ ରିପୋର୍ଟ ନେପାଳର ଲୋକ ଏବଂ ନେପାଳୀ ନେତୃତ୍ୱର ଭାବନାକୁ ଗଭୀର ଆଘାତ ଦେଇଛି। ତେଣୁ ଏହି ଚିଠି ମାଧ୍ୟମରେ ଗଣମାଧ୍ୟମ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଏଭଳି ରିପୋର୍ଟ ପୁନର୍ବାର ପ୍ରସାରଣ ନହେବା ନେଇ ନିଶ୍ଚିତ କରନ୍ତୁ ବୋଲି ଭାରତକୁ କୁହାଯାଇଛି ।

ସେପଟେ ଫେଡେରେସନ୍ ଅଫ୍ ନେପାଳ ସାମ୍ବାଦିକ ତଥା ନେପାଳ ପ୍ରେସ କାଉନସିଲ୍ ମଧ୍ୟ ଭାରତୀୟ ଗଣମାଧ୍ୟମର ଏଭଳି ରିପୋର୍ଟକୁ କଡା ନିନ୍ଦା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.