ETV Bharat / bharat

ମାନସରୋବର ଲିଙ୍କ ରୋଡ ଉପରେ ଆପତ୍ତି ଉଠାଇଲା ନେପାଳ

ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଧର୍ଚୁଲା (ଉତ୍ତରାଖଣ୍ଡ)ରୁ ଲିପୁଲେଖ (ଚୀନସୀମା) ସଂଲଗ୍ନ ନେପାଳ ପର୍ଯ୍ୟନ୍ତ ସେନା ଦ୍ବାରା ନିର୍ମିତ ଏକ ଲିଙ୍କ ରୋଡକୁ ଉଦଘାଟନ କରିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇଛି କାଠମାଣ୍ଡୁ । ଅଧିକ ପଢନ୍ତୁ...

author img

By

Published : May 10, 2020, 2:31 PM IST

ମାନସରୋବର ଲିଙ୍କ ରୋଡ ଉପରେ ଆପତ୍ତି ଉଠାଇଲା ନେପାଳ
ମାନସରୋବର ଲିଙ୍କ ରୋଡ ଉପରେ ଆପତ୍ତି ଉଠାଇଲା ନେପାଳ

ନୂଆଦିଲ୍ଲୀ: କୈଳାଶ ମାନସରୋବରକୁ ସଂଯୋଗ କରୁଥିବା ଲିଙ୍କ ରୋଡ ଧର୍ଚୁଲା(ଉତ୍ତରାଖଣ୍ଡ)ରୁ ଲିପୁଲେଖ(ଚୀନସୀମା)ଉଦଘାଟନ କରିବା ପରେ ଆପତ୍ତି ଉଠାଇଛି ନେପାଳ । ନେପାଳ ବୈଦେଶିକ ମନ୍ତ୍ରଣାଳୟ ନିଜ ୱେବ ସାଇଟରେ କହିଛି, ଭାରତର ଏକଚାଟିଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମା ବୁଝାମଣାର ବିରୋଧ କରୁଛି । ଭାରତର ଏପରି କାର୍ଯ୍ୟକଳାପକୁ ବିରୋଧ କରିଛି ନେପାଳ । ଏପରିକି ଭାରତକୁ ଚେତାବନୀ ଦେଇ ସୀମାରେ କୌଣସି କାର୍ଯ୍ୟକଳାପକୁ ନ କରିବାକୁ କହିଛି ନେପାଳ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ହୋଇଥିବା ରାସ୍ତା ଉଦଘାଟନକୁ ବିରୋଧ କରିବାକୁ ଯାଇ କାଠମାଣ୍ଡୁ ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଉଭୟ ଦେଶର ସାର୍ବଭୌମତ ସୁରକ୍ଷା ପାଇଁ ହୋଇଥିବା ବୁଝାମଣାର ଉଲ୍ଲଘଂନ ଭାରତ କରିଛି ବୋଲି ନୂଆଦିଲ୍ଲୀକୁ ଜଣାଇ ଦେଇଛି ।

ଏହାର ସଫେଇ ଦେବାକୁ ଯାଇ ଶନିବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କହୁଯାଇଛି, କୈଳାଶ ମାନସରୋବର ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ଏହି ରାସ୍ତା ଖୋଲାଯାଇଛି । ଏହି ରାସ୍ତା ଭାରତ ସୀମା ରେଖାରେ ଅବସ୍ଥିତ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଧର୍ଚୁଲା (ଉତ୍ତରାଖଣ୍ଡ)ରୁ ଲିପୁଲେଖ (ଚୀନସୀମା) ସଂଲଗ୍ନ ନେପାଳ ପର୍ଯ୍ୟନ୍ତ ସେନା ଦ୍ବାରା ନିର୍ମିତ ଏକ ଲିଙ୍କ ରୋଡକୁ ଉଦଘାଟନ କରିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇଛି କାଠମାଣ୍ଡୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.