ETV Bharat / bharat

ଜନ୍ମଦିନରେ ମନେପଡନ୍ତି ଆଫ୍ରିକୀୟ ଗାନ୍ଧି...

author img

By

Published : Jul 18, 2020, 12:27 PM IST

ସତ୍ୟ ଓ ଅହିଂସାର ପୂଜାରୀ। ମାନବ ସମାଜର କଲ୍ୟାଣ ପାଇଁ ଜୀବନ ଉତ୍ସଗ କରିଥିବା ଆଫ୍ରିକାର ଗାନ୍ଧୀ ନେଲସନ ମାଣ୍ଡେଲାଙ୍କ ଆଜି ଜନ୍ମଦିନ। 102 ବର୍ଷରେ ପଦାର୍ପଣ କଲେ ଏହି ବିରଳ ବ୍ୟକ୍ତିତ୍ବ । ଆଜିର ଦିନଟିକୁ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ନେଲସନ ମଣ୍ଡେଲା ଦିବସ ଭାବେ ପାଳିତ ହୁଏ।

ଜନ୍ମଦିନରେ ମନେପଡନ୍ତି ଆଫ୍ରିକୀୟ ଗାନ୍ଧି...
ଜନ୍ମଦିନରେ ମନେପଡନ୍ତି ଆଫ୍ରିକୀୟ ଗାନ୍ଧି...

ସତ୍ୟ ଓ ଅହିଂସାର ପୂଜାରୀ। ମାନବ ସମାଜର କଲ୍ୟାଣ ପାଇଁ ଜୀବନ ଉତ୍ସଗ କରିଥିବା ଆଫ୍ରିକାର ଗାନ୍ଧୀ ନେଲସନ ମାଣ୍ଡେଲାଙ୍କ ଆଜି ଜନ୍ମଦିନ। 102 ବର୍ଷରେ ପଦାର୍ପଣ କଲେ ଏହି ଆଫ୍ରିକୀୟ ଗାନ୍ଧି। ଆଜିର ଦିନଟି ହେଉଛି ମିଳିତ ଜାତିସଂଘର ଆନ୍ତର୍ଜାତୀୟ ନେଲସନ ମଣ୍ଡେଲା ଦିବସ ଭାବେ ପାଳିତ ହୁଏ।

ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ସଂଗ୍ରାମର ସ୍ଥପତି ମାଣ୍ଡେଲା ତାଙ୍କ ଜୀବନର 27 ବର୍ଷ କାରାଗାରରେ ବିତାଇଥିଲେ। ପରେ ସ୍ବାଧୀନ ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ।

ନେଲସନ ମାଣ୍ଡେଲା, ଯାହାଙ୍କ ଜନ୍ମ ୧୮ ଜୁଲାଇ ୧୯୧୮ରେ ଦକ୍ଷିଣ ଆଫ୍ରିକାର ୱେଜୋରେ ହୋଇଥିଲା । ଦେଶରେ ରଙ୍ଗଭେଦ ବିରୋଧୀ ସଂଘର୍ଷ କରିଥିଲେ। ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ ।

ସାରା ଜୀବନ ସେ ଏକ ବିତର୍କିତ ବ୍ୟକ୍ତିତ୍ୱ ଭାବେ ପରିଚିତ, ଏପରିକି ଉଗ୍ରବାଦୀ ମାନେ ତାଙ୍କୁ ଆତଙ୍କବାଦୀ ଓ ସାମ୍ୟବାଦର ଚାକର ବୋଲି ଆଖ୍ୟା ଦେଇଥିଲେ । ଏସବୁ ସତ୍ତ୍ୱେ ମଧ୍ୟ ଔପନିବେଶ ବିରୋଧୀ ଆନ୍ଦୋଳନ ଓ ଅଣ-ଅପାର୍ଥିଡ଼ ନୀତି ପାଇଁ ତାଙ୍କୁ ଅନେକ ଆନ୍ତର୍ଜାତିକ ପ୍ରତିଷ୍ଠା ମିଳିଛି ।

୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର, ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ "ପ୍ରେସିଡ଼େଣ୍ଟସିଆଲ ମେଡ଼ାଲ ଅଫ ଫ୍ରିଡ଼ମ", ଋଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ "ଅର୍ଡର ଅଫ ଲେନିନ", ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ " ଭାରତ ରତ୍ନ " ସହିତ ୨୫୦ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଛନ୍ତି ।

ଦକ୍ଷିଣ ଆଫ୍ରିକାରେ ମଣ୍ଡେଲା ବହୁ ସମ୍ମାନାଷ୍ପଦ ବ୍ୟକ୍ତିତ୍ୱ ଏବଂ ନିଜର ଯୋସା ନାମ "ମାଦିବା" ବା "ତାତା", ଯାହାର ଆକ୍ଷରିକ ଅର୍ଥ ପିତା, ସେ "ଜାତିର ପିତା" ଓ "ଦକ୍ଷିଣ ଆଫ୍ରିକାର ଗାନ୍ଧୀ" ଭାବେ ପରିଚିତ ।

ମାଣ୍ଡେଲାଙ୍କ କିଛି କଥା ଯାହାକୁ ଜୀବନର ଅନେକ କ୍ଷେତ୍ରରେ ବ୍ୟବହାର କରି ଜଣେ ସଫଳତା ଅର୍ଜନ କରିପାରିବ...

ଚର୍ମର ରଙ୍ଗ, କିମ୍ବା ପୃଷ୍ଠଭୂମି, କିମ୍ବା ଧର୍ମ ହେତୁ କେହି ଅନ୍ୟକୁ ଘୃଣା କରନ୍ତି ନାହିଁ। ଲୋକମାନେ ଘୃଣା କରିବାକୁ ଶିଖିବା ଆବଶ୍ୟକ, ଏବଂ ଯଦି ସେମାନେ ଘୃଣା କରିବାକୁ ଶିଖିପାରନ୍ତି, ତେବେ ସେମାନଙ୍କୁ ପ୍ରେମ କରିବାକୁ ଶିଖାଯାଇପାରେ, କାରଣ ପ୍ରେମ ମନୁଷ୍ୟର ହୃଦୟରେ ଏହାର ବିପରୀତ ଅପେକ୍ଷା ଅଧିକ ସ୍ବଭାବିକ ଭାବରେ ଆସିଥାଏ ।

ମୁଁ ଯେପରି କହିଛି, ପ୍ରଥମ କଥା ହେଉଛି ନିଜ ସହିତ ସଚ୍ଚୋଟ ହେବା । ଯଦି ଆପଣ ନିଜକୁ ପରିବର୍ତ୍ତନ କରି ନାହାଁନ୍ତି ତେବେ ଆପଣ ସମାଜ ଉପରେ କୌଣସି ପ୍ରଭାବ ପକାଇ ପାରିବେ ନାହିଁ ... ମହାନ ଶାନ୍ତି ପ୍ରତିଷ୍ଠାତା ସମସ୍ତେ ସଚ୍ଚୋଟ, ସଚ୍ଚୋଟ, କିନ୍ତୁ ନମ୍ର ବ୍ୟକ୍ତି ଅଟନ୍ତି ।

ଏକ ଭଲ ମୁଣ୍ଡ ଏବଂ ଏକ ଭଲ ହୃଦୟ ସର୍ବଦା ଏକ ଗ୍ରହଣୀୟ ମିଶ୍ରଣ ।

ଟଙ୍କାରୁ ସଫଳତା ମିଳେନି । ଟଙ୍କା ରୋଜଗାର କରିବାର ସ୍ୱତନ୍ତ୍ରତାରୁ ସଫଳତା ମିଳେ ।

ଶିକ୍ଷା ସବୁଠାରୁ ବଡ ଅସ୍ତ୍ର । ଯାହାର ବ୍ୟବହାର ଦୁନିଆକୁ ବଦଳାଇବା ପାଇଁ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.