ETV Bharat / bharat

ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହେଉଥିବା ବେଳେ ପ୍ରକାଶ ପାଇଲା ନିଟ-୨୦୨୦ ଆଡମିଟ୍ କାର୍ଡ - ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷାର ଅଫିସିଆଲ୍ ୱେବ୍ ପୋର୍ଟାଲରେ ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌ (NEET) 2020 ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀମାନେ ntaneet.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଅଧିକ ପଢନ୍ତୁ...

ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହେଉଥିବା ବେଳେ ପ୍ରକାଶ ପାଇଲା ନିଟ-୨୦୨୦ ଆଡମିଟ୍ କାର୍ଡ

author img

By

Published : Aug 26, 2020, 4:56 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷାର ଅଫିସିଆଲ୍ ୱେବ୍ ପୋର୍ଟାଲରେ ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌ (NEET) 2020 ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀମାନେ ntaneet.nic.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆଡମିଟ୍ କାର୍ଡ NTA ର ଅଫିସିଆଲ୍ ୱେବସାଇଟ୍ ଯଥା nta.ac.in ରୁ ମଧ୍ୟ ଡାଉନଲୋଡ୍ ହୋଇପାରିବ । NEET 2020 ଆଡମିଟ୍ କାର୍ଡରେ ପରୀକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସହିତ ପରୀକ୍ଷା କେନ୍ଦ୍ରରେ ପାଳନ କରାଯିବାକୁ ଥିବା ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ।

କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ଏ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ବାତିଲ କରାଯାଉ ବ‌ୋଲି ସବୁ ମହଲରୁ ଉଠୁଥିବା ଦାବି ସତ୍ତ୍ବେ NTA ଏ ଭଳି ବିବୃତି ଦେଇଛି। ‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍’ (ମେନ୍) ସେପ୍ଟେମ୍ବର ୧ରୁ ୧୬ ମଧ୍ୟରେ ହେବାକୁ ଥିବାବେଳେ ‘ନ୍ୟାସ୍‌ନାଲ୍ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ସେପ୍ଟେମ୍ବର ୧୩ରେ କରାଯିବାକୁ ଯୋଜନା କରାଯାଇଛି। କିଛି ଦିନ ପୂର୍ବରୁ NTA ଦ୍ବାରା ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ରୋଲ୍ ନମ୍ବର, ପରୀକ୍ଷା କେନ୍ଦ୍ର ନମ୍ବର ଏବଂ ଠିକଣା, ପ୍ରଶ୍ନ ପେପର ମଧ୍ୟମ, ରିପୋର୍ଟିଂ ସମୟ ଦର୍ଶାଇ ଆଡମିଟ୍ କାର୍ଡର ଡାଉନଲୋଡ୍ ଖୁବ୍ ଶୀଘ୍ର ଆରମ୍ଭ ହେବ। NEET 2020 ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର 13, 2020 ରେ ଅନୁଷ୍ଠିତ ହେବ।

ଚାଲିଥିବା କୋଭିଡ -19 ମହାମାରୀ ହେତୁ NTA ଦ୍ବାରା ପରୀକ୍ଷା ଅନେକ ଥର ସ୍ଥଗିତ ରଖାଯାଇଛି କିନ୍ତୁ ଚୂଡ଼ାନ୍ତ ତାରିଖରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ। ସାମାଜିକ ଦୂରତ୍ବ ବଜାୟ ରଖିବା ନିମନ୍ତେ ପରୀକ୍ଷା କେନ୍ଦ୍ର ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଛି। ହଲ୍ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ପରୀକ୍ଷାର୍ଥୀମାନେ ଗୋଟିଏ ଗୋଟିଏ ସିଟ୍‌ ଛାଡ଼ି ବସିବେ। ପୂର୍ବରୁ ଗୋଟିଏ ହଲ୍‌ରେ ୨୪ ଜଣ ପରୀକ୍ଷାର୍ଥୀଙ୍କ ଲାଗି ସିଟ୍‌ ବ୍ୟବସ୍ଥା ହେଉଥିବା ବେଳେ ଏଥର ସିଟ୍‌ ସଂଖ୍ୟା ୧୨କୁ ହ୍ରାସ କରାଯାଇଛି। ସେହିଭଳି ପରୀକ୍ଷା କେନ୍ଦ୍ର ବାହାରେ ମଧ୍ୟ କୋଭିଡ୍-୧୯ ସୁରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.