ETV Bharat / bharat

ନକ୍ସଲ ପ୍ରଭାବିତ ଅଞ୍ଚଳରେ ଡ୍ରୋନ ଦେଖିଲେ ଗୁଳି କରି ଖସାଇବାକୁ ନିର୍ଦ୍ଦେଶ - ନକ୍ସଲଙ୍କ ହାବୁଡରେ ଡ୍ରୋନ

ଆତଙ୍କ ସୃଷ୍ଟି କରିବା ପାଇଁ ଏବେ ଡ୍ରୋନର ସାହାଯ୍ୟ ନେଉଛନ୍ତି ନକ୍ସଲମାନେ । ତେଣୁ ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକରେ ଡ୍ରୋନ ଦେଖିବା ମାତ୍ରେ ତାକୁ ଗୁଳି କରି ଖସାଇବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 17, 2019, 11:41 PM IST

ରାଇପୁର: ଆତଙ୍କ ସୃଷ୍ଟି କରିବା ପାଇଁ ଏବେ ଡ୍ରୋନର ସାହାଯ୍ୟ ନେଉଛନ୍ତି ନକ୍ସଲମାନେ । ଏହି ଡ୍ରୋନ ଜରିଆରେ ସେମାନେ ସୁରକ୍ଷାକର୍ମୀଙ୍କ ଶିବିର ପର୍ଯ୍ୟନ୍ତ ପହଞ୍ଚୁଛନ୍ତି ଏବଂ ସେମାନଙ୍କ ଉପରେ ଆକ୍ରମଣ କରିବାର ଭିଭିନ୍ନ ରାସ୍ତା ବାହାର କରୁଛନ୍ତି । ତେବେ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡର ସୁକୁମା ଅଞ୍ଚଳରେ । ସୁକୁମାରେ ସିଆରପିଏଫ ଶିବିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ବିପଦକୁ ଦୃଷ୍ଟିରେ ରଖି ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକରେ ଡ୍ରୋନ ଦେଖିବା ମାତ୍ରେ ତାକୁ ଗୁଳି କରି ଖସାଇବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର କେନ୍ଦ୍ର କମାଣ୍ଡ ପକ୍ଷରୁ ଦିଆଯାଇଛି ।

ସୁକୁମାର କିସ୍ତରାମ ଏବଂ ପାଲୋଡୀରେ ସିଆରପିଏଫ ଶିବିର ନିକଟରେ ଗତ ଏକ ମାସ ମଧ୍ୟ 4 ଥର ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ଡ୍ରୋନର ଶବ୍ଦ ଶୁଣି ସୁରକ୍ଷାକର୍ମୀ ହାଇ ଆଲର୍ଟରେ ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଡ୍ରୋନ ଗାୟବ ହୋଇଯାଇଥିଲା । ତେବେ ଏହି ଡ୍ରୋନ ବିବାହ ଏବଂ ସିନେମାରେ ବ୍ୟବହୃତ ଡ୍ରୋନ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । କିନ୍ତୁ ନକ୍ସଲ ଏହି ଡ୍ରୋନ ସାହାଯ୍ୟରେ ସୁରକ୍ଷାକର୍ମୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚାହୁଁଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଶଙ୍କା କରାଯାଉଛି ।

ସ୍ଲଗ- ରାଜପଥ ତଳକୁ ଖସି ପଡ଼ିଲା ଟ୍ରକ। ଜଣେ ମୃତ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 8/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ବସ୍ତା ରାଜପଥ ଠାର ଏକ ଟ୍ରକ ରାସ୍ତା ତଳକୁ ଓଲଟି ପଡିବା ଯୋଗୁଁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ବାଲେଶ୍ୱରରୁ ମାଛ ଦାନା ବୋଝେଇ ଟ୍ରକ କୋଲକାତା ଅଭିମୁଖେ ଯାଉଥିଲା। ବସ୍ତା ବ୍ଲକ 60 ନମ୍ବର ଜାତୀୟ ରାଜପଥର ଗୁଡିଖାଳ ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଟ୍ରକ ତଳେ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ଘର ବିହାର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.