ରାଞ୍ଚି : ଗାଡି ଜାଳି ଦେଲେ ନକ୍ସଲ । ଲୋହାରଡାଗା ଜିଲ୍ଲାର କିସ୍କୋ ପୋଲିସ୍ ଷ୍ଟେସନ ଅଞ୍ଚଳରେ ନକ୍ସଲ ବିଳମ୍ବିତ ରାତିରେ ଏଭଳି ଲଙ୍କାକାଣ୍ତ ଘଟାଇଛନ୍ତି । ଆଇଜି ଅପରେସନ୍ ସାକେଟ୍ କୁମାର ସିଂ କହିଛନ୍ତି ଯେ ଲୋହରଡାଗାର କିସ୍କୋ ଅଞ୍ଚଳରେ ବକ୍ସାଇଟ୍ ମାଇନ୍ସର ବି.କେ. ଏବଂ ବାଲାଜୀ କମ୍ପାନୀର 11 ଟି ଗାଡି ଓ ଜେସିବିରେ ନିଆଁ ଲାଗିଯାଇଛି। ନିଆଁ ଲାଗିଯାଇଥିବା ସମସ୍ତ ଗାଡି ବି.କେ. ଏବଂ ବାଲାଜୀ ଟ୍ରାନ୍ସପୋର୍ଟର ଥିଲା।
ତେବେ, ପାଖାପାଖି 5 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ଏସପି ପ୍ରିୟଙ୍କା ମୀନା କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ପୋଲିସ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରୁଛି । ଖଣିରେ କାମ କରୁଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ତେବେ ଏହି ଅଞ୍ଚଳଟି ଦୁର୍ଗମ ଇଲାକା ହୋଇଥିବାରୁ ନକ୍ସଲମାନେ ନିଜର ସ୍ଥିତି ସବୁବେଳେ ଜାହିର କରନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ