ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ସ୍ତରରେ ମହିଳାମାନଙ୍କ ସଫଳତାକୁ ଚିହ୍ନିତ କରି ରାଷ୍ଟ୍ରପତିଙ୍କ ଦ୍ବାରା 'ନାରୀ ଶକ୍ତି ପୁରସ୍କାର' ପ୍ରଦାନ କରାଯାଇଛି ।
ତେବେ ଜାମ୍ମୁ କାଶ୍ମୀରର ଅରଫା ଜାନ୍ ଙ୍କୁ ନିଜ ରାଜ୍ୟର ଲୁକାୟିତ ହସ୍ତଶିଳ୍ପ କାରୁକାର୍ଯ୍ୟକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବାରୁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା 'ନାରୀ ଶକ୍ତି ପୁରସ୍କାର' ପ୍ରଦାନ କରାଯାଇଛି ।
ସେହିପରି ତେଲେଙ୍ଗାନାର ଭୁଦେବୀଙ୍କୁ ଆଦିବାସୀ ମହିଳାମାନଙ୍କୁ ଉଦ୍ୟୋଗ ବିକାଶରେ ସାହାଯ୍ୟ କରିଥିବାରୁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା 'ନାରୀ ଶକ୍ତି ପୁରସ୍କାର' ପ୍ରଦାନ କରାଯାଇଛି । ଏହାଛଡା IAFର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ମୋହାନା ଜିତରୱାଲ, ଅବନୀ ଚତ୍ତୁର୍ବେଦୀ ଏବଂ ଭୱାନା କାନ୍ତଙ୍କୁ ମିଗ୍-21ଇନ୍ 18ରେ ଏକକ ବିମାନ ଉଡ଼ାଣ କରିଥିବାରୁ ସେମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା 'ନାରୀ ଶକ୍ତି ପୁରସ୍କାର' ପ୍ରଦାନ କରାଯାଇଛି ।