ETV Bharat / bharat

ମଦମୁକ୍ତି ପାଇଁ ବିଜେପି ନେତାଙ୍କ ଲବଣ ସତ୍ୟାଗ୍ରହ - chattisgarh news

ମଦମୁକ୍ତି ପାଇଁ ବିଜେପି ନେତାଙ୍କ ଲବଣ ସତ୍ୟାଗ୍ରହ । ଦେଶ ତମାମ ନିଶା ଏବେ ମୁଣ୍ଡ ବିନ୍ଧାଉଥିବା ବେଳେ ଛତିଶଗଡ଼ର ଜଣେ ନେତା ଏବେ ଏଭଳି ଆନ୍ଦୋଳନ ଚଳାଇଛନ୍ତି । ଆଦିବାସୀମାନେ ମଦ ପିଇବା ଓ ବିକ୍ରିକୁ ବନ୍ଦ କରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଚଳାଇବେ ବୋଲି ଉକ୍ତ ବିଜେପି ନେତା ଜଣକ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 21, 2019, 9:27 AM IST

ରାୟପୁର: ଦୀର୍ଘ 15 ବର୍ଷ ପରେ ରାଜ୍ୟରେ କଂଗ୍ରେସ ସରକାର ଗଢିଛି । ନିର୍ବାଚନ ଲଢିବା ପୂର୍ବରୁ ରାଜ୍ୟରେ ମଦର ବିକ୍ରି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଦଳ ରାଜ୍ୟରେ ସରକାର ଗଢିବାର 100 ଦିନରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ସେପଟେ ମଦ ବନ୍ଦକୁ ନେଇ ଏବେ ଉତ୍ତରପ୍ରଦେଶ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।

ତେବେ ରାଜ୍ୟର ଏପରି ଜଣେ ବିଜେପି ନେତା ଆଦିବାସୀଙ୍କ ମଦ କାରବାର ବନ୍ଦ ନେଇ ଦୀର୍ଘ 49 ବର୍ଷରୁ ଲୁଣ ଖାଇନଥିବା ଜଣାପଡ଼ିଛି । ରାଜ୍ୟର ବରିଷ୍ଠ ନେତା ନନ୍ଦକୁମାର ସାଏ ଏହି ଲବଣ ସତ୍ୟାଗ୍ରହରେ ଅଛନ୍ତି । ନନ୍ଦକୁମାର ହେଉଛନ୍ତି ଅନୁସୂଚିତ ଜନଜାତି ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଛାତ୍ର ଜୀବନରୁ ରାଜନୀତି କ୍ଷେତ୍ରରେ ବେଶ ସକ୍ରିୟ ଅଛନ୍ତି ନନ୍ଦକୁମାର । ନନ୍ଦ କୁମାର 1969 ମସିହାରେ ଜଶପୁରର ଏନଇଏସ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଛାତ୍ର ଜୀବନରୁ ହିଁ ଆଦିବାସୀଙ୍କ ମଙ୍ଗଳ କାମନା କରି ଦୀର୍ଘ 50 ବର୍ଷରୁ ଏହି ଆନ୍ଦୋଳନରେ ଅଛନ୍ତି । ତେବେ ଦୀର୍ଘ 49 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୁଣ ଖାଇନଥିବା ଜଣାପଡ଼ିଛି ।

ତେବେ ଛାତ୍ର ସଂସଦର ସଭାପତି ଥିବା ବେଳେ ମଦ ପିଇବା ଓ କାରବାର ଦ୍ବାରା ଅନେକ ଜୀବନହାନୀର କାରଣ ବୋଲି ତାଙ୍କର ଦୃଷ୍ଟିକୁ ଆସିଥିଲା । ତେବେ ସେବେଠାରୁ ମଦ କାରବାର ଓ ପିଇବାକୁ ବନ୍ଦ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ । ବିଭିନ୍ନ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ସଂଗଠନ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ତାଙ୍କର ଏହି ଲବଣ ସତ୍ୟାଗ୍ରହ ଚାଲିଛି ।

ଅଧିକ ପଢନ୍ତୁ: ସୋସିଆଲ ମିଡ଼ିଆ ସହିତ ଆଧାର ସଂଯୋଗୀକରଣକୁ ନେଇ ମୁହଁ ଖୋଲିଲେ ସାଇବର ଏକ୍ସପର୍ଟ

ନନ୍ଦକୁମାରଙ୍କ କାହାଣୀ
1970 ମସିହାରେ ଜଶପୁରରେ ମଦ ବିରୋଧି ଏକ ବୈଠକ ହୋଇଥିଲା । ଯେଉଁଥିରେ ନନ୍ଦକୁମାର ସେଥିରେ ଯୋଗ ଦେଇଥିଲେ । ତେବେ ଉକ୍ତ ବୈଠକରେ ଗ୍ରାମବାସୀମାନେ କହିଥିଲେ କି, ଆପଣ ମଦ ବନ୍ଦ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାତ୍ର ଗ୍ରାମବାସୀମାନେ ବିଭିନ୍ନ ପ୍ରୟାସ କରି ମଧ୍ୟ ମଦ ଛାଡ଼ିପାରୁନାହାନ୍ତି । ତେବେ କେହି ଜଣେ ଯଦି ଲୁଣ ଖାଇବା ଛାଡ଼ିଦେବ, ତାହାକୁ ଆମେମାନେ ଆଦର୍ଶ ଭାବି ଏମାନେ ମଦ ପିଇବା ଛାଡ଼ିଦେବେ ବୋଲି ଗ୍ରାମବାସୀମାନେ କହିଥିଲେ ।

ତେବେ ଏହା ମଧ୍ୟରେ କେହିଜଣେ ନନ୍ଦକୁମାରଙ୍କୁ କହିଥିଲେ କି ଆପଣ ଯଦି ଲୁଣ ଖାଇବା ଛାଡ଼ିଦେବେ ତେବେ ଆମେମାନେ ମଧ୍ୟ ମଦ ପିଇବା ଛାଡ଼ିଦେବୁ । ଏହା ଶୁଣି ସେବେଠାରୁ ନନ୍ଦକୁମାର ଲୁଣ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ଦୀର୍ଘ 49 ବର୍ଷ ଧରି ନନ୍ଦକୁମାର ଲୁଣ ଖାଇନଥିବା କଥା କହିଛନ୍ତି ।

ସେ ଆହୁରି କହିଛନ୍ତି କି ଗୁଜୁରାଟ ଓ ବିହାର ସରକାର ରାଜ୍ୟରେ ମଦ ବନ୍ଦ କରିବାରେ ସଫଳ ହୋଇଛନ୍ତି । ମଦ ବନ୍ଦ କରିବାକୁ ହେଲେ ମନରେ ଦୃଢ ସଂକଳ୍ପ ନେବାକୁ ହେବ । ଖାଲି ଘୋଷଣା ପତ୍ରରେ କହିଦେଲେ ହୁଏ ନାହିଁ ବୋଲି ନନ୍ଦ କୁମାର କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.