ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିଲା ଜାମିନ । 15 ହଜାର ଟଙ୍କାର ମୁଚାଲିକାରେ ଜାମିନ ଦେଲେ ନାଗପୁର କୋର୍ଟ ।
2014 ନିର୍ବାଚନ ସତ୍ୟପାଠରେ ନିଜ ନାମରେ ଦୁଇଟି ଅପରାଧିକ ମାମଲା ଥିବା ଦର୍ଶାଇନଥିବା ଅଭିଯୋଗରେ ତାଙ୍କୁ ଜାମିନ ମିଳିଛି । ଏନେଇ ହୋଇଥିବା ଅଭିଯୋଗରେ ଆଜି ସେ କୋର୍ଟରେ ହାଜର ହେବା ସହ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କୁ 15000 ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ