ETV Bharat / bharat

ନାଗାସାକି ଦିବସ: ଛାତିଥରା ବିସ୍ଫୋରଣ ସହ ଶେଷ ହୋଇଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ - ଜାପାନ ଉପରେ ଆମେରିକାର ଆଣବିକ ଆକ୍ରମଣ

ଇତିହାସ ପୃଷ୍ଠାକୁ ଆଡେଇ ଦେଖିଲେ ଏବେ ବି ମନେ ପଡେ କିଛି ଛାତିଥରା ଘଟଣା । ସେଥିରୁ ସବୁଠାରୁ ଭୟଙ୍କର ଘଟଣା ମଧ୍ୟରେ ରହିଛି ଦ୍ବିତୀୟ ବିଶ୍ବୟୁଦ୍ଧ ସମୟର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ବିସ୍ଫୋରଣ ।

nagasaki day, unknown facts, 2nd world war, us nuclear attack on japan, nuclear attack on hiroshima and nagasaki, ନାଗାସାକି ଦିବସ, ଅଜଣା କଥା, ଦ୍ବିତୀୟ ବିଶ୍ବଯୁଦ୍ଧ, ଜାପାନ ଉପରେ ଆମେରିକାର ଆଣବିକ ଆକ୍ରମଣ, ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ
ନାଗାସାକି ଦିବସ: ଛାତିଥରା ବିସ୍ଫୋରଣ ସହ ଶେଷ ହୋଇଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ
author img

By

Published : Aug 9, 2020, 2:24 PM IST

ଇତିହାସ ପୃଷ୍ଠାକୁ ଆଡେଇ ଦେଖିଲେ ଏବେ ବି ମନେ ପଡେ କିଛି ଛାତିଥରା ଘଟଣା । ସେଥିରୁ ସବୁଠାରୁ ଭୟଙ୍କର ଘଟଣା ମଧ୍ୟରେ ରହିଛି ଦ୍ବିତୀୟ ବିଶ୍ବୟୁଦ୍ଧ ସମୟର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ବିସ୍ଫୋରଣ । ଏପରି ମଧ୍ୟ ବିଶ୍ବାସ ରହିଛି ଆମେରିକା ଦ୍ବାରା ଜାପାନ ଉପରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହୋଇଥିଲା । ତେବେ1945 ମସିହା ଅଗଷ୍ଟ 6ରେ ହିରୋସିମା ଉପରେ ଆମେରିକା ପ୍ରଥମେ ଆକ୍ରମଣ କରିଥିବା ବେଳେ ଅଗଷ୍ଟ 9ରେ ଥରି ଉଠିଥିଲା ନାଗାସାକି ।

ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବ ଦୀର୍ଘ ବର୍ଷ ଯାଏଁ ଜାପାନକୁ ଭୋଗିବାକୁ ପଡିଥିଲା । ସେପଟେ ଏପରି ଲୋମହର୍ଷଣକାରୀ ଆକ୍ରମଣରୁ ବାହାରି ପୁଣି ସ୍ବାଭାବିକ ହେବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା । ଆଜି 74ତମ ନାଗାସାକି ଦିବସ ଅବସରରେ ଜାଣନ୍ତୁ କିଛି ଏପରି ଅଜଣା କଥା, ଯାହା ହୁଏତ ଇତିହାସର ଏହି ବଳିଷ୍ଠ ଘଟଣା ପ୍ରତି ବଦଳାଇବ ଆପଣଙ୍କ ଦୃଷ୍ଟିଭଙ୍ଗୀ ।

- ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଆମେରିକାର ହିଟ ଲିଷ୍ଟରେ ରହିଥିଲା ଜାପାନର 5 ସହର । ଯେଉଁଥିରେ ନାଗାସାକି ସାମିଲ ନଥିଲା । କୋକୁରା, ହିରୋସିମା, ୟୋକୋହାମା, ନିଗାତା ଓ କ୍ୟୋଟୋ ପ୍ରାଥମିକ ଟାର୍ଗେଟ ରହିଥିବା ବେଳେ ଆମେରିକୀୟ ଯୁଦ୍ଧ ସଚିବ ହେନେରି ଷ୍ଟିମସନଙ୍କୁ ଖୁବ ପସନ୍ଦ ଥିଲା ଜାପାନର ପୂର୍ବତନ ରାଜଧାନୀ କ୍ୟୋଟୋ । ଏହି କାରଣରୁ ହିଟ ଲିଷ୍ଟରୁ ଏହାକ ବାଦ ଦିଆଯାଇଥିଲା ।

- ସକାଳ ପ୍ରାୟ 11ଟା 02 ମିନିଟରେ ନାଗାସାକି ଉପରେ ଆକାଶ ମାର୍ଗରୁ ଆମେରିକା ପରମାଣୁ ବୋମା ପକାଇଥିଲା । ସମସ୍ତ ଭାବନ୍ତି କି ଭୂମିରେ ପଡି ବୋମାଟି ଫାଟିଥିଲା । କିନ୍ତୁ ଏହା ଏକ ଭ୍ରାନ୍ତି । ବାସ୍ତବରେ ଏହି ବୋମା ଏତେ ଶକ୍ତିଶାଳୀ ଥିଲା କି ଆକାଶ ମାର୍ଗରୁ ପଡିବା ସମୟରେ ହିଁ ଏହା ଫାଟିଥିଲା । ଯାହା ଫଳରେ ଏହାର ପ୍ରଭାବ ଅଧିକ ମାରାତ୍ମକ ହୋଇଥିଲା ।

- ଏହି ବୋମାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏହାର ଓଜନ ପ୍ରାୟ 10,000 ପାଉଣ୍ଡ ରହିଥିଲା । ଏହା 11 ଫୁଟ ଲମ୍ବ ରହିଥିବା ବେଳେ ଏହା ଦ୍ବାରା 20,000 ଟନ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇବାର କ୍ଷମତା ରହିଛି ।

- ଏହି ବୋମାକୁ ନେଇଥିଲା ବି-29 ସୁପରଫୋର୍ଟ୍ରେସ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ଏହି ବିମାନ ଥିଲା ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ କ୍ଷମତା ସମ୍ପର୍ଣ୍ଣ ।

- ଏହି ବିସ୍ଫୋରଣରେ ନାଗାସାକିର ପ୍ରାୟ 5 ବର୍ଗ ମାଇଲ ଧ୍ବଂସ ହୋଇଥିଲା । ଏଥିସହ ପ୍ରାୟ 65,000 ଲୋକଙ୍କର ମୃତ୍ୟୁ ହୋଇଥିଲା ।

- ହିରୋସିମା ଅପେକ୍ଷା ନାଗାସାକିରେ ବିସ୍ଫୋରଣ ଶକ୍ତିଶାଳୀ ରହିଥିଲା ସତ ହେଲେ ଏହା ମୁଖ୍ୟତଃ ପର୍ବତାଞ୍ଚଳକୁ ପ୍ରଭାବିତ କରିଥିଲା ।

- ହିରୋସିମା ଓ ନାଗାସାକି ପୂର୍ବରୁ ଆମେରିକା ମାର୍ଚ୍ଚ 9, 1945ରେ ଜାପାନର ଟୋକିୟୋରେ ଅଧିକ ଶକ୍ତିଶାଳୀ ଆକ୍ରମଣ କରିଥିଲା । ଏଥିରେ 1 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା ।

- ହିରୋସିମା ପରି ନାଗାସାକି ଆକ୍ରମଣ ପୂର୍ବରୁ ମଧ୍ୟ ସହରରେ ଲିଫ୍ଲେଟ ବାଣ୍ଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.