ପିଥୋରାଗଡ: ଭାରତରେ ଏକାଧିକ ରହସ୍ୟମୟ ପୀଠ, ସ୍ତୁପ ଏବଂ ଗୁମ୍ଫା ରହିଛି । ଏଗୁଡିକ ମଧ୍ୟରୁ ଅନେକ ଗୁମ୍ଫା ପୌରାଣିକ ବାର୍ତ୍ତା ବହନ କରିଥାଏ । ଆଉ ଏଭଳି ଏକ ପୌରାଣିକ ଗାଥା ବହନ କରୁଥିବା ଗୁମ୍ଫା ରହିଛି ଉତ୍ତରାଖଣ୍ଡ ପିଥୋରଗଡ ଗଙ୍ଗୋଲିହାଟ ତହସିଲରେ ଥିବା ପାତାଳ ଭୁବନେଶ୍ବର ଗୁମ୍ଫା । ପୁରାଣ ବର୍ଣ୍ଣନାନୁଯାୟୀ, ଦେବଦେବ ମହାଦେବ ଏକଦା କ୍ରୋଧରେ ନିଜ ପୁତ୍ର ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ । ପରେ ମା ପାର୍ବତୀଙ୍କ ଅନୁରୋଧରେ ସେ ଏକ ହାତୀର ମୁଣ୍ଡକୁ ଗଣେଶଙ୍କ ମୁଣ୍ଡରେ ସେହିଠାରେ ଖଞ୍ଜି ଦେଇଥିଲେ । ଆଉ ଖଣ୍ଡ ମୁଣ୍ଡକୁ ସେହି ଗୁମ୍ଫାରେ ରଖିଥିଲେ । ଏହି ଗାଥାର ବିସ୍ତୃତ ବିବରଣୀ ପୁରାଣରେ ଉଲ୍ଲେଖ କରାଯାଇଛି |
କୌଣସି ରହସ୍ୟ ଠାରୁ କମ୍ ନୁହେଁ ଏ ଗୁମ୍ଫା:
ସମୁଦ୍ର ପତ୍ତନଠାରୁ 1350 ମିଟର ଉଚ୍ଚରେ ପାତାଳ ଭୁବନେଶ୍ବରର ଗୁମ୍ଫାର ପ୍ରବେଶ ଦ୍ବାର...160 ମିଟର ଲମ୍ବ ଏବଂ 90 ଫୁଟ ଗଭୀର । ହିଁ ଗୁମ୍ଫାରୁ କେଦାରନାଥ, ବଦ୍ରିନାଥ ଏବଂ ଅମରନାଥ ମଧ୍ୟ ଦର୍ଶନ ମିଳିଥାଏ । ଆଉ ଏହାର ବର୍ଣ୍ଣନା ସ୍କନ୍ଧ ପୁରାଣରେ କରାଯାଇଛି ।
ପାତାଳ ଭୁବନେଶ୍ବରର ମାନ୍ୟତା ଏବଂ ବିଶେଷତ୍ବ:-
ଏହି ଗୁମ୍ଫା ଭିତରେ ଅଗ୍ରପୂଜା ବିଘ୍ନରାଜଙ୍କ ଶିର ରହିଛି । ବିଘ୍ନ ବିନାଶକଙ୍କୁ ଜନ୍ମକୁ ନେଇ ଅନେକ କଥା ପୁରାଣରେ ବର୍ଣ୍ଣିତ ରହିଛି । କୁହାଯାଏ ଯେ, ଭଗବାନ ଶିବ କ୍ରୋଧରେ ଗଣେଶଙ୍କ ମୁଣ୍ଡକୁ ତାଙ୍କ ତଣ୍ଟିରୁ କାଟି ଦେଇଥିଲେ । ପରେ ମାତା ପାର୍ବତୀଙ୍କ ନିର୍ଦ୍ଦେଶରେ ଭଗବାନ ଗଣେଶଙ୍କୁ ହାତୀର କପାଳରେ ସଜାଯାଇଥିଲା । ବିଶ୍ବାସ କରାଯାଏ ଯେ, ଗଣେଶଙ୍କ ଶରୀରରୁ ଅଲଗା ମସ୍ତକକୁ ଭଗବାନ ଶିବ ଏହି ଗୁମ୍ଫାରେ ରଖିଥିଲେ ।
ଅଗ୍ରପୂଜ୍ୟ ଗଣେଶଙ୍କ ଶିଳା ରୂପୀ ଏହି ମସ୍ତକର ଠିକ୍ ଉପରେ 108 ପାଖୁଡା ବିଶିଷ୍ଟ ବ୍ରହ୍ମକମଳ ରୂପ ଏକ ଚଟାଣ ରହିଛି । ଆଉ ଏହି ବ୍ରହ୍ମକମଳରୁ ଭଗବାନ ଗଣେଶଙ୍କ ଶିଳାରୂପୀ ମସ୍ତକରେ ଦିବ୍ୟ ଜଳ ବୁନ୍ଦା ଝରୁଛି । ଆଉ ମୁଖ୍ୟ ବୁନ୍ଦା ଆଦି ଗଣେଶଙ୍କ ମୁହଁରେ ପଡିଥାଏ । ଆଉ ଏହି ବ୍ରହ୍ମକମଳକୁ ଭଗବାନ ଶିବ ଖୋଦ ସେହି ଗୁମ୍ଫାରେ ସ୍ଥାପନା କରିଥିଲେ ।
ପୁରାଣରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଏହି ଗୁମ୍ଫାରେ ଖୋଦ ମହାଦେବ ମଧ୍ୟ ବିରାଜମାନ କରନ୍ତି । ତାଙ୍କର ଉପାସନା କରିବାକୁ ଦେବତାଗଣ ଏଠାକୁ ଆସିଥାନ୍ତି । ଦ୍ବାପର ଯୁଗରେ ପାଣ୍ଡବମାନେ ଏଠାରେ ପଶା ଖେଳିଥିବା ବେଳେ ଅଯୋଧ୍ୟା ରାଜା ଋତୁପର୍ଣ୍ଣ ହରିଣକୁ ଗୋଡାଇ ଗୋଡାଇ ଏହି ଗୁମ୍ଫାରେ ପହଞ୍ଚିଥିଲେ । ଯେଉଁଠାରେ ସେ ଭୋଲା ବାବାଙ୍କ ସହ ଅନ୍ୟ ଦେବତାଗଣଙ୍କୁ ସାକ୍ଷାତ ଦର୍ଶନ କରିଥିଲେ ।
ସେହିପରି କଳିଯୁଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ 722 ଖ୍ରୀଷ୍ଟାବ୍ଦରେ ଏହି ଗୁମ୍ଫା ସହ ଦେଖିଥିଲେ, ସେତେବେଳେ ସେ ମନ୍ଦିର ଭିତରେ ଥିବା ଶିବଲିଙ୍ଗକୁ ତମ୍ବା ଦ୍ବାରା ବନ୍ଦ କରିଦେଇଥିଲେ । କାରଣ ଏହି ଶିବଲିଙ୍ଗ ଏତେ ତେଜ ଥିଲା ଯେ ଏହାକୁ ଜଣେ ସାଧାରଣ ଆଖିରେ ଦେଖିପାରିବନାହିଁ । ଏହା ପରେ ଖୁବ କମ ରାଜା ଏହି ଗୁମ୍ଫାକୁ ଖୋଜିଥିଲେ ।
କଳିଯୁଗର ସମାପ୍ତି:-
ଏହି ଗୁମ୍ଫାରେ 4 ଯୁଗର ପ୍ରତୀକ ସ୍ବରୂପ 4ଟି ପଥର ରହିଛି । ଯେଉଁଥିରେ କଳିଯୁଗର ପ୍ରତୀକ ଭାବେ ଏକ ପଥର ବି ରହିଛି । ଆଉ ଧୀରେ ଧୀରେ ସେହି ପଥର ଉପରକୁ ବି ଉଠୁଛି । ଏହା ବି ବିଶ୍ବାସ କରାଯାଉଛି କି, ଯେଉଁ ଦିନ ଏହି ପଥର କାନ୍ଥରେ ପିଟିହେବ ସେଦିନ କଳିଯୁଗର ସମାପ୍ତି ହେବ ।
ପୌରାଣିକ ଇତିହାସ:-
ପୁରାଣ ଅନୁଯାୟୀ ପାତାଳ ଭୁବନେଶ୍ବର ବ୍ୟତୀତ ଅନ୍ୟ କୌଣସି ସ୍ଥାନ ନାହିଁ ଯେଉଁଠାରେ ଚାରି ଧାମ ଏକାଠି ଦେଖାଯାଏ । ବିଶ୍ବାସ କରାଯାଏ ଯେ ଏହି ଗୁମ୍ଫା ପରିଦର୍ଶନ କରିବା ଦ୍ବାରା ଚାରି ଧାମ ଯାତ୍ରାର ସୁଫଳ ମିଳିଥାଏ । ଗୁମ୍ଫାରେ ଚାରୋଟି ଯୁଗ ସହିତ ସଂଯୁକ୍ତ ଫାଟକ ମଧ୍ୟ ରହିଛି । ଏଠାରେ 33 କୋଟି ଦେବତା ବସବାସ କରିଛନ୍ତି । କେବଳ ସେତିକି ନୁହେଁ ଏହି ଗୁମ୍ଫାରେ କାଳଭୈରବୀ ଜିଭର ଦର୍ଶନ ମିଳିଥାଏ । ଏହାର ମଧ୍ୟ ମାନ୍ୟତା ରହିଛି ଯେ, ଯଦି ମଣିଷ କାଳଭୈରବ ମୁହଁରେ ପ୍ରବେଶ କରି ଗର୍ଭରେ ପ୍ରବେଶ କରେ ଏବଂ ଲାଙ୍ଗୁଡ ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ସେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରିଥାଏ ।
ଗୁମ୍ଫା ଭିତରେ ଥିବା ଆକୃତି:-
ଗୁମ୍ଫାରେ ପ୍ରବେଶ କରିବା ମାତ୍ରେ ନରସିଂହ ଭଗବାନଙ୍କ ଦର୍ଶନ ହୋଇଥାଏ । ଟିକେ ତଳକୁ ଯିବା ପରେ ଶେଷନାଗ ଭଳି ଦେଖା ଯାଉଥିବା ଏକ ଆକୃତି ଦେଖିବାକୁ ମିଳେ । ଆଉ ପୃଥିବୀ ଏହା ଉପରେ ତିଷ୍ଠି ରହିଥିବା ବିଶ୍ବାସ କରାଯାଏ । ଗୁମ୍ଫାର ଗଭୀରକୁ ଯିବା ମାତ୍ରେ ଗୋ ମାତାର ସ୍ତନର ଆକୃତି ନଜର ଆସିଥାଏ । ଆଉ ଏହାକୁ କାମଧେନୁ ମାତାର ସ୍ତନ ବୋଲି ମନେ କରାଯାଏ । ଦେବତାମାନଙ୍କ ସମୟରେ ଏହି ସ୍ତନରୁ କ୍ଷୀର ପ୍ରବାହିତ ହେଉଥିଲା । ଆଉ କଳିଯୁଗରେ ଏହି ସ୍ତନରୁ କ୍ଷୀର ବଦଳରେ ପାଣି ପ୍ରବାହିତ ହେଉଛି ।
ସେହିପରି ଟିକେ ଆଗକୁ ଗଲେ ଏକ ମୋଟ ବେକର ହଂସ ଏକ କୁଣ୍ଡ ଉପରେ ବସିଥିବାର ନଜର ଆସେ । ଆଉ କୁହାଯାଏ ଯେ, ଶିବ ତାଙ୍କ ସର୍ପମାନଙ୍କ ଠାରୁ ପାଣି ପିଇବା ପାଇଁ ଏହି ପୁଷ୍କରିଣୀ ନିର୍ମାଣ କରିଥିଲେ । ଆଉ ଏହାର ସୁରକ୍ଷାର ଦାୟିତ୍ବ ଗରୁଡଙ୍କ ହାତରେ ରହିଥିଲା । କିନ୍ତୁ ଯେତେବେଳେ ଗରୁଡ ନିଜେ ଏହି ପୁଷ୍କରିଣୀରୁ ପାଣି ପିଇବାକୁ ଚେଷ୍ଟା କରିଥିଲା ସେତେବେଳେ ମହାଦେବ କ୍ରୋଧିତ ହୋଇ ବ୍ରହ୍ମାଙ୍କ ହଂସର ବେକ ମୋଡି ଦେଇଥିଲେ ।
ବିଶ୍ବାସ ରହିଛି ଯେ, ପାତାଳ ଭୁବନେଶ୍ବର ଗୁମ୍ଫାର ସମ୍ବନ୍ଧ କୈଳାସ ପର୍ଯ୍ୟନ୍ତ ରହିଛି । ଆଉ ସୃଷ୍ଟି ସହ ଏହି ଗୁମ୍ଫାର ସମ୍ପର୍କ ବେଶ ଆକର୍ଷଣୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ