ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଛାତିରେ କୋରୋନାକୁ ନେଇ ମୁକାବିଲା ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ । ମଦ ପିଇବା ପାଇଁ ମନା କରିବାରୁ କରାଯାଇଛି ହତ୍ୟା । ଏହି ଘଟଣା ସମୟରେ ଅନ୍ୟ କେତେକ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସୋମବାର ଅପରାହ୍ନରେ ପଟେଲ ନାଗର ପୋଲିସ ଷ୍ଟେସନ ପରିସରର ପ୍ରେମ ନାଗର କଲୋନୀରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ଜିଲ୍ଲା ଡିସିପି ସଞ୍ଜୟ ଭାଟିଆ ଏହି ସୂଚନା ଦେଇଛନ୍ତି ।
ଡିସିପିଙ୍କ ଅନୁଯାୟୀ, ମୃତକଙ୍କ ନାମ କୃଷ୍ଣ ଶାହା (40) । ଉକ୍ତ ବ୍ୟକ୍ତିମାନେ ମଦ୍ୟପାନ କରୁଥିବା ବେଳେ ତାଙ୍କ ଜମିମାଲିକଙ୍କୁ କୃଷ୍ଣ ଶାହା ସୂଚନା ଦେଇଥିଲେ । ଏଥିରେ ଉତ୍ୟେକ୍ତ ହୋଇ ଅଭିଯୁକ୍ତମାନେ କୃଷ୍ଣ ଶାହା ଏବଂ ତାଙ୍କ ପରିବାରକୁ ଲାଠି ମାଡ ଏବଂ ଛୁରା ସହ ଆକ୍ରମଣ କରିଥିଲେ ।
ପୋଲିସର ସୂଚନା ଅନୁସାରେ, ଅନେକ ହତ୍ୟାକାରୀ ଧରାପଡିଛନ୍ତି । ଆଉ କେତେକ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଅଛନ୍ତି । ଏହି ଆକ୍ରମଣରେ ନିହତ ହୋଇଥିବା କୃଷ୍ଣ ଶାହାଙ୍କ ପୁଅ ସୁଜିତଙ୍କୁ ମଧ୍ୟ ଛୁରାମାଡ଼ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କେନ୍ଦ୍ରୀୟ ଦିଲ୍ଲୀର ପଟେଲ ନାଗର ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଅନେକ ମଧ୍ୟ ନାବାଳକ ଥିବା ଜଣାପଡିଛି ।
@IANS