ETV Bharat / bharat

କୋରୋନାରେ ମୁମ୍ବାଇର ଜଣେ ଏଏସଆଇ ମୃତ

author img

By

Published : May 10, 2020, 11:08 AM IST

ମୁମ୍ବାଇରେ ଜଣେ ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟରଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ରବିବାର ମୁମ୍ବାଇ ପୋଲିସ ସୂଚନା ଦେଇଛନ୍ତି ।

corona death
ମୁମ୍ବାଇ ଏଏସଆଇଙ୍କ କୋରୋନାରେ ମୃତ୍ୟୁ

ମୁମ୍ବାଇ: ପୁଣି କୋରୋନା ନେଲା ଆଉ ଜଣେ କୋରୋନା ଯୋଦ୍ଧାଙ୍କ ଜୀବନ । ମୁମ୍ବାଇରେ ଜଣେ ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟରଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ରବିବାର ମୁମ୍ବାଇ ପୋଲିସ ସୂଚନା ଦେଇଛନ୍ତି ।

ବିନୋବା ଭବ ନଗର ପୋଲିସ ଷ୍ଟେସନରୁ ଏଏସଆଇ ସୁନୀଲ ଦତ୍ତାତ୍ରେୟ କାଲ୍ଗୁଟକରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ସୂଚନା ଦେଇ ମୁମ୍ବାଇ ପୋଲିସ ଦୁଃଖପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଏଏସଆଇ କାଲଗୁଟକର କୋରୋନା ଭାଇରସ ସହ ସାହସର ସହ ଲଢେଇ କରିଥିଲେ । ଆମେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାଥନା କରୁଛୁ । ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା କାଲଗୁଟକର ପରିବାର ସହିତ ଅଛି ବୋଲି ରବିବାର ମୁମ୍ବାଇ ପୋଲିସ ଟ୍ବିଟ୍ କରି କହିଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20,228ରେ ପହଞ୍ଚିଛି । ତେବେ ଗତ ଶନିବାର ରାଜ୍ୟରେ 1,165 ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ କହିଛି। ଏଥିସହ ବର୍ତ୍ତମାନ ସୁଦ୍ଧା 731 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 3800 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.