ETV Bharat / bharat

'ଶତୃଙ୍କୁ ଅକ୍ସିଜେନ ଦେବାର କାମ କରୁଛି କଂଗ୍ରେସ ' - ଭାରତ-ଚୀନ ସୀମା ବିବାଦ

ଦେଶର ସୁରକ୍ଷାକର୍ମୀ ଶତୃଙ୍କୁ କଡା ଜବାବ ଦେଉଛନ୍ତି । ଏହି ସମୟରେ କଂଗ୍ରେସ ଶତୃଙ୍କୁ ଅକ୍ସିଜେନ ଦେବାର କାମ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ
author img

By

Published : Jul 4, 2020, 12:53 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସ ଏନେଇ ବାରମ୍ବାର ମୋଦି ସରକାରଙ୍କୁ ଘେରୁଥିବା ବେଳେ ବିଜେପି ପକ୍ଷରୁ କଂଗ୍ରେସକୁ କଡା ଜବାବ ଦିଆଯାଉଛି । ଏହି କ୍ରମରେ ଶନିବାର କଂଗ୍ରେସକୁ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବୀ ।

କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଦେଶର ସୁରକ୍ଷାକର୍ମୀ ଶତୃଙ୍କୁ କଡା ଜବାବ ଦେଉଛନ୍ତି । ଏହି ସମୟରେ କଂଗ୍ରେସ ଶତୃଙ୍କୁ ଅକ୍ସିଜେନ ଦେବାର କାମ କରୁଛି । ଏହି କାରଣରୁ କଂଗ୍ରେସ ଦଳର ବିଲୁପ୍ତ ହେବାରେ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରଠାରୁ କଂଗ୍ରେସ ବିଭିନ୍ନ ପ୍ରଶ୍ନ ଉଠାଇ ମୋଦି ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.