ETV Bharat / bharat

ଲକ୍ଷ୍ନୌ ହସ୍ପିଟାଲରେ ଲାଲଜୀ ଟଣ୍ଡନ, କୋରୋନା ରିପୋର୍ଟ ନେଗେଟିଭ୍

author img

By

Published : Jun 14, 2020, 8:40 AM IST

Updated : Jun 14, 2020, 8:59 AM IST

ଲାଲଜୀ ଟଣ୍ଡନଙ୍କ କୋରୋନା ରିପୋର୍ଟ ନେଗେଟିଭ୍। ଜ୍ବର,ଗଳା ଯନ୍ତ୍ରଣା ଯୋଗୁଁ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଲକ୍ଷ୍ନୌର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଲକ୍ଷ୍ମୌ ହସ୍ପିଟାଲରେ ଲାଲଜୀ ଟଣ୍ଡନ, କୋରୋନା ରିପୋର୍ଟ ନେଗେଟିଭ୍

ଭୋପାଳ: ଲାଲଜୀ ଟଣ୍ଡନଙ୍କ କୋରୋନା ରିପୋର୍ଟ ନେଗେଟିଭ୍। ଜ୍ବର,ଗଳ ଯନ୍ତ୍ରଣା ଯୋଗୁଁ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଲକ୍ଷ୍ନୌର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରିପୋର୍ଟ ଆସିବା ପରେ ହସ୍ପିଟାଲରୁ ତାଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

''ଲାଲଜୀ ଟଣ୍ଡନ ଗତ କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ ମଧ୍ୟ କୋଭିଡ୍ 19 ନେଗେଟିଭ୍ ଆସିଛି। ହେଲେ ତାଙ୍କ ରିପୋର୍ଟରୁ ମୁତ୍ରନଳୀ ସଂକ୍ରମଣ ଆସିଛି। ତାଙ୍କୁ ବର୍ତ୍ତମାନ ବେଡ୍ ରେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି'' ବୋଲି ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶ ଡଃ ରାକେଶ କପୁର କହିଛନ୍ତି।

ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ମଧ୍ୟ ମଧୁମେହ ରୋଗୀ ହୋଇଥିବାରୁ ତାଙ୍କୁ ଅନ୍ୟ ସଂକ୍ରମଣରୁ ରକ୍ଷା କରିବା ପାଇଁ ଯତ୍ନ ନିଆଯାଉଛି ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ରାଜଭବନ ଜୁନ୍ 9 ପର୍ଯ୍ୟନ୍ତ 11ଟି କୋଭିଡ୍ -19 ମାମଲା ରିପୋର୍ଟ କରିଥିଲେ।

ଟଣ୍ଡନ୍ ଲକ୍ଷ୍ନୌ କୁ 10 ଦିନ ଛୁଟିରେ ଯାଇଥିଲେ। ଟଣ୍ଡନ୍ ମଙ୍ଗଳବାର ଭୋପାଳରୁ ଲକ୍ଷ୍ନୌରେ ପହଞ୍ଚିଥିଲେ। ସେ ଜୁନ୍ 19 ରେ ଫେରିବାର କାର୍ଯ୍ୟକ୍ରମ ରହିଛି। ରାଜ ଭବନ କ୍ୟାମ୍ପସରେ ମିଳିଥିବା 11 ଟି କୋରୋନାଭାଇରସ୍ ମାମଲା ମଧ୍ୟରୁ 10 ଟି ରାଜ ଭବନ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ।

Last Updated : Jun 14, 2020, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.