ନୂଆଦିଲ୍ଲୀ: ଓଡିଶାରେ କରାଯାଉ ଜାତୀୟ ଆଦିବାସୀ ସଂଗ୍ରହାଳୟ । କେନ୍ଦ୍ର ସରକାର ଚଳିତ ବଜେଟରେ ଝାଡଖଣ୍ଡର ରାଞ୍ଚିରେ ଜାତୀୟ ଆଦିବାସୀ ସଂଗ୍ରହାଳୟ କରିବା ପାଇଁ କହିଥିବାରୁ ଓଡିଶାରେ ମଧ୍ୟ କରିବାକୁ ମଙ୍ଗଳବାର ଲୋକସଭାରେ ଦାବି କରିଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି । ଏହା ସହ ଓଡିଶାର ଆଦିବାସୀଙ୍କ କଥା କହି ବିଭାଗୀୟ ମନ୍ତ୍ରୀଙ୍କୁ ଏହା ପ୍ରତି ସକରାତ୍ମକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ ସଂଶୋଧନ ବିଧେୟକ, 2019 ଉପରେ ହେଉଥିବା ଆଲୋଚନାରେ ଭାଗ ନେଇ ବିଧେୟକକୁ ସମର୍ଥନ କରିବା ସହିତ ସେ ଏପରି ଦାବି ଉଠାଇଛନ୍ତି । ସେହିପରି ଏହି ମଉକାରେ ସେ ଜନଗଣନା-2021ରେ ଓବିସିଙ୍କ ଗଣନା କରିବାକୁ ଦାବି କରିଛନ୍ତି ।
ସୌଜନ୍ୟ: ଲୋକସଭା ଟିଭି