ETV Bharat / bharat

JEE ମେନ୍ ପରୀକ୍ଷା, 3 ଦିନରେ ପରୀକ୍ଷା ଦେଲେ 3.4 ଲକ୍ଷରୁ ଊର୍ଦ୍ଧ୍ବ

author img

By

Published : Sep 4, 2020, 3:42 PM IST

ଚତୁର୍ଥ ଦିନରେ ପହଞ୍ଚିଛି ଜେଇଇ ମେନ ପରୀକ୍ଷା । ତିନି ଦିନରେ 3 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଅଧିକ ପଢନ୍ତୁ...

ତୃତୀୟ ଦିନ ମଧ୍ୟରେ 3 ଲକ୍ଷରୁ ଅଧିକ ଦେଇଛନ୍ତି ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ ପରୀକ୍ଷା ପାଇଁ ଚଳିତ ବର୍ଷ 4 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପଞ୍ଜିକୃତ କରିଥିଲେ । କୋରୋନା କଟକଣା ଓ ବହୁ ବାଦ ବିବାଦ ମଧ୍ୟରେ ଏହି ପରୀକ୍ଷା ସେପ୍ଟେମ୍ବର 1 ରୁ ଆରମ୍ଭ ହୋଇଛି । ତେବେ ଆଜି ପରୀକ୍ଷା 4ର୍ଥ ଦିନରେ ପହଞ୍ଚିଥିବାବେଳେ ତିନି ଦିନ ମଧ୍ୟରେ 3 ଲକ୍ଷ 43 ହଜାର 958 ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସେ କହିଛନ୍ତି, କୋଭିଡ -19 ମହାମାରୀ ସତ୍ତ୍ବେ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବାକୁ ବହୁ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ କରୁଥିବାର ଦେଖି ଆଶ୍ଚର୍ଯ୍ୟ ଚକିତ ମନେ ହେଉଛି । ପରୀକ୍ଷାର୍ଥୀଙ୍କ ଭବିଷ୍ୟକୁ ନଜରରେ ରଖି ସମସ୍ତ ମୁଖ୍ୟମନ୍ତ୍ରୀ ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି ପୋଖରିଆଲ ।

ସୂଚନାଯୋଗ୍ୟ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏହି ପ୍ରବେଶିକା ପରୀକ୍ଷା ଦୁଇଟି ସ୍ଲଟରେ ଅନୁଷ୍ଠିତ ହେଉଛି । ସକାଳ 9 ରୁ 12 ଟା ପ୍ରଥମ ସିଟିଂ ଦ୍ବିତୀୟ ଅପରାହ୍ନ 1 ରୁ 3 ଟା ମଧ୍ୟରେ କରାଯାଉଛି । ସେପ୍ଟେମ୍ବର 1ରୁ 6 ତାରିଖ ପର୍ଯ୍ୟନ୍ତ ଏପରି ପରୀକ୍ଷା ଚାଲିବ ।

ସେପ୍ଟେମ୍ବର 2 ଏବଂ 3 ରେ ଅନୁଷ୍ଠିତ ହୋଇଥିବା JEE Main BTech ଏବଂ BE ପେପରରେ ଯଥାକ୍ରମେ 81.08 ପ୍ରତିଶତ ଏବଂ 82.14 ପ୍ରତିଶତ ଉପସ୍ଥାନ ରେକର୍ଡ କରିଛି ।

ଏହି ପରୀକ୍ଷା ସାରା ଦେଶରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସ୍ନାତକୋତ୍ତର ଆଡମିଶନ ପାଇଁ ଅନୁଷ୍ଠିତ ହୋଇଥାଏ। ତା’ପରେ ଶୀର୍ଷ ସ୍କୋରରମାନଙ୍କୁ JEE ଆଡଭାନ୍ସଡ 2020 ପାଇଁ ଦେଖାଯିବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.