ETV Bharat / bharat

ଅରୁଣ ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ 11ଟାରେ ଅରୁଣ ଜେଟଲୀଙ୍କ ଘରକୁ ଯାଇ ପରିବାର ସହ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 27, 2019, 8:18 AM IST

Updated : Aug 27, 2019, 11:47 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ମଙ୍ଗଳବାର ଭାରତ ଫେରିଛନ୍ତି । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କ ଘରକୁ ଯାଇ ଅରୁଣଙ୍କ ପତ୍ନୀ ସଙ୍ଗୀତା, ପୁଅ ରୋହନ ଓ କନ୍ୟା ସୋନାଲୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ସକାଳ 11ଟାରେ ଜେଟଲୀଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଅରୁଣଙ୍କ ପରିବାର ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଦୀର୍ଘ ଦିନ ଅସୁସ୍ଥ ପରେ 23 ଅଗଷ୍ଟରେ ଅରୁଣଙ୍କ ପରଲୋକ ହୋଇଥିଲା । ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ ଅରୁଣଙ୍କ ପତ୍ନୀ ସଙ୍ଗୀତା ଓ ପୁତ୍ର ରୋହନଙ୍କ ସହ ଫୋନରେ କଥା ହୋଇଥିବା ବେଳେ ପରିବାର ଲୋକେ ମୋଦିଙ୍କୁ ବିଦେଶ ଗସ୍ତ ରଦ୍ଧ ନ କରିବାକୁ କହିଥିଲେ । ବାହରିନରୁ ମୋଦି ନିଜ ବନ୍ଧୁ ଅରୁଣଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିଥିଲେ ।

ଶନିବାର 66 ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଅରୁଣ ଜେଟଲୀଙ୍କ ବିୟୋଗ ହୋଇଥିଲା । ଅରୁଣଙ୍କ ଅସ୍ଥି ସୋମବାର ହରିଦ୍ବାରର ଗଙ୍ଗାରେ ବିସର୍ଜନ କରାଯାଇଛି ।

Intro:Body:

ii

Conclusion:
Last Updated : Aug 27, 2019, 11:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.