ETV Bharat / bharat

ବାଂଲାଦେଶୀଙ୍କୁ ମୋଦିଙ୍କ ରମଜାନ ଶୁଭେଚ୍ଛା

author img

By

Published : Apr 30, 2020, 12:50 AM IST

ବୁଧବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ମୋଦି କଥା ହୋଇଥିଲେ । ଏହି ଅବସରରେ ସେ ହସିନା ଓ ବାଂଲାଦେଶୀ ଲୋକଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ବାଂଲାଦେଶୀଙ୍କୁ ମୋଦିଙ୍କ ରମଜାନ ଶୁଭେଚ୍ଛା
ବାଂଲାଦେଶୀଙ୍କୁ ମୋଦିଙ୍କ ରମଜାନ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଉତ୍ତମ ରହିଆସିଛି । ଉଭୟ ଦେଶ ଏପରି ବିପଦ ସମୟରେ ଏକାଠି ମୁକାବିଲା କରୁଛନ୍ତି । ଆଗକୁ ଏପରି ସମ୍ପର୍କ ଜାରି ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବୁଧବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ମୋଦି କଥା ହୋଇଥିଲେ । ଏହି ଅବସରରେ ସେ ହସିନା ଓ ବାଂଲାଦେଶୀ ଲୋକଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବାଂଲାଦେଶୀ ଲୋକଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ସେଠାରେ ଥିବା ଭାରତୀୟଙ୍କୁ ସମସ୍ତ ପ୍ରକାର ସହାୟତା କରିଥିବାରୁ ସେ ହସିନାଙ୍କୁ ଧନ୍ୟବାଦ ଦେଇଥିଲେ । ଏନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ଏହାସହ ଉଭୟ ନେତା ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । କୋଭିଡ-19 ମୁକାବିଲା ନେଇ ସମସ୍ତ ପ୍ରକାର ସହାୟତା ଭାରତ ପ୍ରଦାନ କରିବ ବୋଲି ମୋଦି ଆଶ୍ବାସନା ଦେଇଛନ୍ତି । ଏକାଠି ଏହି ମହାମାରୀର ମୁକାବିଲା କରିବାକୁ ସମସ୍ତ ଦିଗ ଉପରେ ଉଭୟ କଥାବାର୍ତ୍ତା ହୋଇଥିଲେ । ବାଂଲାଦେଶ ସହ ଭାରତର ସମ୍ପର୍କ ସର୍ବଦା ପ୍ରାଥମିକତା ବୋଲି ମୋଦି କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.