ETV Bharat / bharat

‘ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଭାରତ’ - ପ୍ରଧାନମନ୍ତ୍ରୀ ମୋଦି

ବିଶ୍ବରେ ଭାରତ ଏକମାତ୍ର ଦେଶ, ମହିଳା ମାନଙ୍କର ସମ୍ମାନ ଓ ପ୍ରଗତି ପାଇଁ ଭାରତ ଆଜି ମଧ୍ୟ ଅବିରତ କାର୍ଯ୍ୟ ଜାରି ରଖିଛି ବୋଲି ଜାତି ସଂଘକୁ ସମ୍ବୋଧନ ଅବସରରେ କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ମହିଳା ମାନଙ୍କର ସମ୍ମାନ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଭାରତ

author img

By

Published : Sep 26, 2020, 10:33 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ ଅବସରରେ କହିଛନ୍ତି, ବିଶ୍ବରେ ଭାରତ ଏକମାତ୍ର ଦେଶ, ଯେଉଁଠି ମହିଳାମାନଙ୍କ ସୁରକ୍ଷା କଥା ଚିନ୍ତା କରିଥାଏ । ମହିଳାମାନଙ୍କ ସମ୍ମାନ ଓ ପ୍ରଗତି ପାଇଁ ଭାରତ ଆଜି ମଧ୍ୟ ଅବିରତ କାର୍ଯ୍ୟ ଜାରି ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ମୋଦି ସୂଚନା ଦେଇ କହିଛନ୍ତି, ମହିଳାମାନଙ୍କ ମାତୃତ୍ବ ଲାଭ ପାଇଁ ଭାରତରେ କର୍ମଜୀବୀ ମହିଳାଙ୍କୁ 26 ସପ୍ତାହ ଛୁଟି ମିଳିଥାଏ । ସେହିପରି ସ୍ବାବଲମ୍ବୀ ଠାରୁ ଆରମ୍ଭ କରି ସଶକ୍ତ କରିବା ପର୍ଯ୍ୟନ୍ତ । ଅନେକ ଯୋଜନା କେବଳ ମହିଳାମନଙ୍କ ପାଇଁ ଭାରତରେ ଉଦ୍ଧିଷ୍ଟ ।

ଅନ୍ୟପଟେ କ୍ଷୋଭ ପ୍ରକାଶ କରିବା ସହ ଜାତିସଂଘକୁ ପ୍ରଶ୍ନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ବିଶ୍ବର ୧୮ ପ୍ରତିଶତ ଲୋକେ ରହନ୍ତି । କିନ୍ତୁ ଜାତିସଂଘରେ ଭାରତ କେବେ ନିଜର ଅଧିକାର ପାଇବ ? ଭାରତ ସବୁବେଳେ ଜାତିସଂଘକୁ ସମ୍ମାନ ଦେଇଆସିଛି, ଏହାର ବିକାଶ ଦିଗରେ ଓ ମାନବ ଜାତିର ଉନ୍ନତି ପାଇଁ କାମ କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.