ETV Bharat / bharat

ବିଜେପି ବିଧାୟକ କୋରୋନା ପଜିଟିଭ ଚିହ୍ନଟ, ଅଟଳ ଟନେଲ ଉଦଘାଟନୀ ଉତ୍ସବରେ ଥିଲେ ସାମିଲ - ବିଧାୟକ ସୁରେନ୍ଦ୍ର କୋରୋନା ପଜିଟିଭ

ଅଟଳ ଟନେଲ ଉଦଘାଟନୀ ଦିବସରେ କୋରୋନା ସଂକ୍ରମିତ ଥିବା ଜଣେ ବିଧାୟକ ଉଦଘାଟନୀ ସମାରୋହରେ ବିଭିନ୍ନ ବରିଷ୍ଠ ମନ୍ତ୍ରୀଙ୍କ ଯୋଗାଯୋଗରେ ଆସିଛନ୍ତି । ଯାହା ଉପସ୍ଥିତ ନେତାମନ୍ତ୍ରୀଙ୍କ ବିପଦର କାରଣ ପାଲଟିଛି ।

ଅଟଳ ଟନେଲ ଉଦଘାଟନୀ ସମାରୋହ: ବିଜେପି ବିଧାୟକ କୋରୋନା ପଜିଟିଭ ଚିହ୍ନଟ

author img

By

Published : Oct 8, 2020, 1:22 PM IST

ସିମଲା: ଅଟଳ ଟନେଲର ଉଦଘାଟନୀ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ଏକ ବିଜେପି ବିଧାୟକ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡି଼ଛି । ଯାହା ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିପଦର କାରଣ ହୋଇଛି ।

ସୂଚ଼ନା ଅନୁଯାୟୀ, କୁଲ୍ଲୁର ବିଜେପି ବିଧାୟକ ସୁରେନ୍ଦ୍ର ଶୌରୀ ଅକ୍ଟୋବର 1 ତାରିଖରେ ନିଜର କୋରୋନା ଟେଷ୍ଟ କରାଇଥିଲେ । ତା'ର ପରଦିନ ଆର୍ଥାତ୍ 2 ତାରିଖ ସଂଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଯଦିଓ ସେ ପଜିଟିଭ ଥିବା ଜାଣି ନ ଥିଲେ, ତଥାପି ରିପୋର୍ଟ ଫଳାଫଳକୁ ଅପେକ୍ଷା ନ କରି ଉଦଘାଟନୀ ସମାରୋହ ପରେ ବିଧାୟକ ସୋଲାଙ୍ଗାନାଲାରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧିତ ସାଧାରଣ ସଭାରେ ଯୋଗ ଦେଇଥିଲେ ଏବଂ ଅନେକ ମନ୍ତ୍ରୀଙ୍କ ଯୋଗାଯୋଗରେ ଆସିଥିଲେ ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ କ୍ୟାବିନେଟ ମନ୍ତ୍ରୀ ରାକେଶ ପିଠାନିଆ ବିଧାୟକ ସୁରେନ୍ଦ୍ରଙ୍କ ପ୍ରାଥମିକ ସଂସ୍ପର୍ଶରେ ଆସିଥିଲେ । ଟନେଲର ଉଦଘାଟନୀ ସମାରୋହ ପରେ ଜୟରାମ ଠାକୁର ସିମଲାରେ ପହଞ୍ଚି ନିଜକୁ କ୍ବାରେଣ୍ଟାଇନ ଘୋଷଣା କରିଥିଲେ । ରାକେଶ ପିଠାନିଆ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜକୁ କ୍ବାରେଣ୍ଟାଇନ ଘୋଷଣା କରିବା ପରେ ବିଧାୟକ ସୁରେନ୍ଦ୍ର କୋରୋନା ପଜିଟିଭ ଥିବା ଜାଣିବାକୁ ମିଳିଥିଲା । ଯଦିଓ ସେମାନେ ସୁରେନ୍ଦ୍ରଙ୍କୁ ଦୂରରୁ ଭେଟିଥିଲେ ଓ କୋଭିଡ଼ ନିୟମ ଅନୁସାରେ ମୁହଁରେ ମାସ୍କ ପିନ୍ଧିଥିଲେ । ତଥାପି ମୁଖ୍ୟମନ୍ତ୍ରୀ କୋଭିଡ଼ ପ୍ରୋଟୋକଲ ଅଧୀନରେ ନିଜକୁ କ୍ବାରେଣ୍ଟାଇନ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ କ୍ବାରେଣ୍ଟାଇନ ପରେ ତାଙ୍କ ରାଜନୈତିକ ଉପଦେଷ୍ଟା ତ୍ରିଲୋକ ଜମଓ୍ବାଲ ଓ ବିଜେପି ସାଧାରଣ ସମ୍ପାଦକ ପଓ୍ବନ ରାଣାଙ୍କ ସମେତ ବହୁ ନେତା ନିଜକୁ କ୍ବାରଣ୍ଟାଇନ ରଖିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.