ଭୋପାଳ: ଜଳ ନିଷ୍କାସନ ବିବାଦକୁ ନେଇ ଗ୍ବାଲିୟରରେ ନାବାଳିକାକୁ ଜଣେ ନାବାଳକ ହତ୍ୟା କରିଛି। ନାବାଳକ ନିଜ ବାପାଙ୍କ ଲାଇସେନ୍ସ ବନ୍ଧୁକରୁ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ନାବାଳକ ସହ ତାଙ୍କ ବାପା ମୋଟମଲ ଖାନକୁ ଗିରଫ କରିଛି । ପୋଲିସ ମୃତ ନାବାଳିକାର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ମୃତ ନାବାଳିକା ଆର୍ଶିଙ୍କ ମାଙ୍କ ସହ ପଡୋଶୀ ସହ ଜଳ ନିଷ୍କାସନକୁ ନେଇ ବିବାଦ ଉପୁଜିଥିଲା । ଘର ସମ୍ମୁଖରେ ଡ୍ରେନ ପାଣି ପଶିବାକୁ ନେଇ ଏହି ବିବାଦ ଉପୁଜିଥିଲା । ଏହା ପରେ ତାଙ୍କ ପୁଅ ବୁଧବାର ଘରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ଆର୍ଶିର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ବନ୍ଧୁକ ଜବତ କରିଛି ।
![ଜଳ ନିଷ୍କାସନକୁ ନେଇ ବିବାଦ: ନାବାଳିକାଙ୍କୁ ହତ୍ୟା କଲା ନାବାଳକ](https://etvbharatimages.akamaized.net/etvbharat/prod-images/8129729_126_8129729_1595422184817.png)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ