ETV Bharat / bharat

ଅକ୍ଟୋବର 2ରୁ ଟ୍ରେନରେ ପ୍ଲାଷ୍ଟିକ ମନା !

author img

By

Published : Aug 21, 2019, 7:54 PM IST

ଅକ୍ଟୋବର 2 ତାରିଖରୁ ଟ୍ରେନରେ ପ୍ଲାଷ୍ଟିକ ବ୍ୟବହାରରେ କଟକଣା ଲଗାଇଲେ ଭାରତୀୟ ରେଳ ମନ୍ତ୍ରାଳୟ । ପୁନଃ ବ୍ୟବହାରଯୋଗୀ ପ୍ଲାଷ୍ଟିକ ବ୍ୟବହାରକୁ ଅନୁମତି ଦେଇଛି ମନ୍ତ୍ରଣାଳୟ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଅକ୍ଟୋବର 2 ତାରିଖରୁ ଦେଶର ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିବ କଟକଣା । ଏନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅକ୍ଟୋବର 2 ତାରିଖରୁ 50 ମାଇକ୍ରୋନରୁ କମ ମୋଟାଯୁକ୍ତ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗାଇବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରି ପରିବେଶକୁ ସୁସ୍ଥ ଏବଂ ସ୍ବଚ୍ଛ ରଖିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନେଇଛି । ତେବେ ଗାନ୍ଧୀ ଜୟନ୍ତୀଠାରୁ ଏହି ଆଦେଶକୁ କଡାକଡି ଭାବେ ଲାଗୁ କରାଦିଆଯିବ ।

ତେବେ ଥରେମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ସହିତ ରେଳ ଷ୍ଟେସନର ସମସ୍ତ ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ନକରିବା ପାଇଁ ସଚେତନ କରାଇବାକୁ କୁହାଯାଇଛି । ପ୍ଲାଷ୍ଟିକ ବ୍ୟାଗ ବଦଳରେ ପରିବେଶ ଅନୁକୂଳ ବ୍ୟାଗ ବା ଇକୋ ବ୍ୟାଗର ବ୍ୟବହାର କରିବାକୁ ସେମାନଙ୍କୁ ପରାମର୍ଶ ଦେବାକୁ ରେଳମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଅକ୍ଟୋବର 2 ରେ ସମ୍ପୁର୍ଣ୍ଣ ଦେଶରେ ଅଭିଯାନ ଚଳାଇବାକୁ ଘୋଣଷା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.