ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋରୋନା ସଂକ୍ରମିତଙ୍କ ନୂଆ ସଂଖ୍ୟା ସାମ୍ନାକୁ ଆସିଛି । 43ଟି ନୂଆ ମାମଲା ସାମ୍ନାକୁ ଆସିବା ସହ ଆଉ 4ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଦେଶର ସଂକ୍ରମିତଙ୍କ ସଂଖ୍ୟା 694କୁ ବୃଦ୍ଧି ପାଇଛି ।
କୋରୋନା ସଂକ୍ରମଣର ସଂଖ୍ୟା କିଛିଟା କମିବାରେ ଦେଖିବାକୁ ମିଳିଛି ବୋଲି ଯୁଗ୍ମ ସଚିବ ସୂଚନା ଦେଇଛନ୍ତି । ଲକ୍ ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଯାଉଛି ବୋଲି ସେ କହିଛନ୍ତି । କୋଭିଡ୍-19କୁ ବ୍ୟାପିବାରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ଲୋଡା ।
17ଟି ରାଜ୍ୟରେ କୋରୋନା ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରଖାନା ନିର୍ମାଣ କରାଯାଉଛି । ଏହାସହ ଲୋକେ ସାମାଜିକ ଦୂରତା ପାଳନ କରିବାକୁ ଅନୁରୋଧ କରିଛନ୍ତି ଲବ ଅଗ୍ରୱାଲ । ଅନ୍ୟପକ୍ଷେ କୋରୋନାର ଚେନ୍ ଅଫ୍ ଟ୍ରାନ୍ସମିଶନ୍ ପରୀକ୍ଷା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ