ଭୋପାଳ: ଖାଇବାକୁ ନ ପାଇ ହିଂସ୍ର ହୋଇପଡିଛନ୍ତି ପ୍ରବାସୀ ଶ୍ରମିକ । ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମୀଙ୍କ ଉପରକୁ ମାଡ କରିଛନ୍ତି ଟେକା ପଥର । ଦୀର୍ଘ ଦିନ ଧରି ମହାରାଷ୍ଟ୍ର-ମଧ୍ୟପ୍ରଦେଶର ସେନ୍ଧୱାରେ ଶହ ଶହ ଶ୍ରମିକ ଭୋକ ଉପାସରେ ଫସି ରହିଥିବାବେଳେ ଖାଇବାକୁ ନ ପାଇ ପୋଲିସଙ୍କ ଉପରକୁ ଆକ୍ରମଣ କରିଛନ୍ତି ।
କୋରୋନା ଲକଡାଉନ ପାଇଁ ଶହ ଶହ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରେ ଫସି ରହିଥିଲେ। ସେମାନଙ୍କୁ ମହାରାଷ୍ଟ୍ର ସରକାର ସ୍ବତନ୍ତ୍ର ବସ ସମସ୍ତ ଶ୍ରମିକଙ୍କୁ ମଧ୍ୟପ୍ରଦେଶ ସୀମାରେ ଛାଡିଥିଲେ । ହେଲେ ମଧ୍ୟପ୍ରଦେଶ ସରକାର ସେମାନଙ୍କୁ ନେବା ପାଇଁ କୌଣସି ବ୍ୟବସ୍ଥା କରୁନାହାଁନ୍ତି । ଏପରିକି ସେମାନଙ୍କୁ ଖାଇବାକୁ ମଧ୍ୟ ଦେଉନଥିବାର ଅଭିଯୋଗ ହୋଇଛି। ଦାନା ମୁଠାଏ ପାଇଁ ପ୍ରବାସୀ ଶ୍ରମିକମାନେ ବହୁ କାକୁତି ମିନତି ପରେ ବି କେହି ସହଯୋଗ କରି ନଥିଲେ। ଫଳରେ ଏଥିରେ ରାଗି ଯାଇ ପଥର ଟେକା ପଥର ମାଡ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।
ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଶ୍ରମିକ ଏକାଠି ହୋଇ ଖାଇବାକୁ ମାଗିଥିଲେ । ପରେ ଘଟଣାସ୍ଥଳରେ ମୁତୟନ ଥିବା ପୋଲିସଙ୍କ ଉପରକୁ ପଥର ଟେକା ମାଡ କରିବାକୁ ଲାଗିଥିଲେ ।