ETV Bharat / bharat

ଟ୍ରେନ ଭଡାକୁ ନେଇ ଦ୍ବନ୍ଦ୍ବ: କେନ୍ଦ୍ର କହୁଛି ମାଗଣା, ହେଲେ ଟଙ୍କା ଦେଉଛନ୍ତି ଶ୍ରମିକ

author img

By

Published : May 5, 2020, 1:07 PM IST

ଶ୍ରମିକଙ୍କ ଠାରୁ ଭଡା ନିଆଯାଉଥିବା କଂଗ୍ରେସ କହୁଥିବା ବେଳେ ବିଜେପି କିନ୍ତୁ କିଛି ଭିନ୍ନ କଥା କହୁଛି । ମାତ୍ର ଶ୍ରମିକଙ୍କ ଠାରୁ ମଧ୍ୟ କିଛି ଚିତ୍ର ସାମ୍ନାକୁ ଆସୁଛି ।

migrants labour train ticket case
ଟ୍ରେନ ଭଡାକୁ ନେଇ କନଫ୍ୟୁଜନ୍

ନୂଆଦିଲ୍ଲୀ: ଶ୍ରମିକ ଏକ୍ସପ୍ରେସରେ ଶ୍ରମିକଙ୍କଠାରୁ ଭଡା ନେବା ପ୍ରସଙ୍ଗରେ ବିରୋଧି ଓ ସରକାର ପରସ୍ପର ଦୋଷାରୋପ କରିବାରେ ବ୍ୟସ୍ତ । ଶ୍ରମିକଙ୍କ ଠାରୁ ଭଡା ନିଆଯାଉଥିବା କଂଗ୍ରେସ କହୁଥିବା ବେଳେ ବିଜେପି କିନ୍ତୁ କିଛି ଭିନ୍ନ କଥା କହୁଛି । 85 ପ୍ରତିଶତ କେନ୍ଦ୍ର ସରକାର ବହନ କରୁଥିବା ବେଳେ 15 ପ୍ରତିଶତ ରାଜ୍ୟସରକାର ବହନ କରିବେ ବୋଲି ବିଜେପି ମତ ରଖୁଛି ମାତ୍ର ଏସବୁ ମଧ୍ୟରେ ଶ୍ରମିକଙ୍କ ଠାରୁ ମଧ୍ୟ କିଛି ଚିତ୍ର ସାମ୍ନାକୁ ଆସୁଛି ।

ସୋମବାର ଗୁଜୁରାଟରୁ ଉତ୍ତରପ୍ରଦେଶ ଫେରିଥିବା ଶ୍ରମିକ କହିଛନ୍ତି କି ସେମାନଙ୍କଠୁ ଟ୍ରେନର ପୁରା ଟଙ୍କା ନିଆଯାଇଛି । ଶ୍ରମିକଙ୍କ ଏପରି ଆରୋପ କେନ୍ଦ୍ର ସରକାରଙ୍କ ଦାବିର ସମ୍ପୁର୍ଣ୍ଣ ଭିନ୍ନ । ଗୁଜୁରାଟରୁ ଲକ୍ଷ୍ନୌ ଆସିଥିବା ଜଣେ ଶ୍ରମିକ କହିଥିଲେ,‘ ଡିସେମ୍ବରରେ କାମ କରିବା ପାଇଁ ବଡୋଦରା ଯାଇଥିଲି । ଲକଡାଉନ୍ ଘୋଷଣା ପରେ 2-3ଦିନ ପରେ ଆମେ ସେଠାରୁ ଚାଲି ଯାଇଥିଲୁ । ସେଠାରେ ଖାଇବା ସମସ୍ୟା ଥିଲା । ମାତ୍ର ପୋଲିସ ଧରିଦେଲେ ଓ କ୍ବାରେନଟାଇନ ପାଇଁ ପଠେଇଦେଲେ ’।

ସେଠାରେ ସେମାନେ 35 ଦିନ ରହିଥିଲେ । ଏପରିକି ଲକ୍ଷ୍ନୌ ଯିବା ପାଇଁ 555ଟଙ୍କାର ଟିକେଟ ବି କରିଥିବା ସେ କହିଛନ୍ତି । କେବେଳ ଲକ୍ଷ୍ନୌ ନୁହେଁ ବରଂ ମୁମ୍ବାଇରୁ ସିଦ୍ଧାର୍ଥନଗର ଯାଇଥିବା ଟ୍ରେନରେ ଥିବା ଶ୍ରମିକ ମାନେ ମଧ୍ୟ ଭଡା ଦେଇଛନ୍ତି । ଅନ୍ୟପକ୍ଷେ ଲକ୍ଷ୍ନୌରୁ ଜୌନପୁର ଯାଉଥିବା ଶ୍ରମିକ 500 ଲେଖାଏଁ ଭଡା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.