ETV Bharat / bharat

ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ଚାଲିବ UAPA ମାମଲା, ଗୃହମନ୍ତ୍ରଣାଳୟର ମଞ୍ଜୁରୀ

author img

By

Published : Nov 6, 2020, 3:37 PM IST

ନିକଟରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ ବିରୋଧରେ UAPA ଆଧାରରେ ଚାଲିବ ମାମଲା । ଏନେଇ ଉଭୟ ଦିଲ୍ଲୀ ସରକାର ଓ ଗୃହମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ଚାଲିବ UAPA ମାମଲା, ଗୃହମନ୍ତ୍ରଣାଳୟର ମଞ୍ଜୁରୀ
ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ଚାଲିବ UAPA ମାମଲା, ଗୃହମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତି ନେଇ ନିକଟରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ ବିରୋଧରେ UAPA ଆଧାରରେ ଚାଲିବ ମାମଲା । ଏନେଇ ଉଭୟ ଦିଲ୍ଲୀ ସରକାର ଓ ଗୃହମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦକୁ ଗିରଫ କରିଥିଲା ପୋଲିସ । ଆଇନ ଅନୁଯାୟୀ ୟୁଏପିଏ ଆଧାରରେ କୌଣସି ଅଭିଯୁକ୍ତ ବିରୋଧରେ ମାମଲା ଚଳାଇବା ପାଇଁ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ଆବଶ୍ୟକ ହୋଇଥାଏ ।

ପ୍ରାୟ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀ ପୋଲିସକୁ ଅନୁମତି ମିଳିଥିଲା। ଦିଲ୍ଲୀ ହିଂସା ମାମଲାରେ ଖୁବ ଶୀଘ୍ର ଉମର ଖାଲିଦ ଏବଂ ସର୍ଜିଲ ଇମାମ ବିରୋଧରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ ଦାଖଲ କରିବାକୁ ଯାଉଛି। ଏହା ବ୍ୟତୀତ କ୍ରାଇମ ବ୍ରାଞ୍ଚ ମଧ୍ୟ ଖୁବ ଶୀଘ୍ର ଖାଲିଦ ବିରୋଧରେ ଚାର୍ଜସିଟ ଦାଖଲ କରିବ।

ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦକୁ 14 ସେପ୍ଟେମ୍ବର ଦିଲ୍ଲୀ ପୋଲିସ ଗିରଫ କରାଯାଇଥିଲା। କଡକଡଡୁମା କୋର୍ଟ ଉମର ଖାଲିଦର ନ୍ୟାୟିକ ହେପାଜତ 20 ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ଏହି ନ୍ୟାୟିକ ହେପାଜତକୁ 30 ଦିନ ବୃଦ୍ଧି କରିବାକୁ ଏକ ଆବେଦନ କରାଯାଇଥିଲା।

ଦିଲ୍ଲୀ ପୋଲିସର ଏହି ଆବେଦନକୁ ବିରୋଧ କରି ଉମର ଖାଲିଦଙ୍କ ଆଇନଜୀବୀ କହିଛନ୍ତି ଯେ ପୋଲିସର ତଦନ୍ତରେ ସେ ସବୁ ପ୍ରକାର ସହଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଖାଲିଦ ତଦନ୍ତରେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରି ତାଙ୍କ ନ୍ୟାୟିକ ହେପାଜତକୁ ବଢାଇବା ପାଇଁ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଭୁଲ ଅଟେ ବୋଲି ତାଙ୍କ ଆଇନଜୀବୀ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.