ETV Bharat / bharat

ତ୍ରିପୁରାକୁ ପଶିଆସିଲେ ବାଂଲାଦେଶୀ, ଫେରାଇ ନେଲେନି ସୀମା ସୁରକ୍ଷା ବାହିନୀ - ସୀମା ସୁରକ୍ଷା ବାହିନୀ

ଶୁକ୍ରବାର ଅପରାହ୍ନରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ । ତ୍ରିପୁରାରେ ଜଣେ ଲୋକଙ୍କ ଘର ବାହାରେ ସେ ବସିଥିବାର ଦେଖାଯାଇଥିଲା । ଅଧିକ ପଢନ୍ତୁ...

ତ୍ରିପୁରାକୁ ପଶିଆସିଲେ ବାଂଲାଦେଶୀ, ଫେରାଇ ନେଲେନି ସୀମା ସୁରକ୍ଷା ବାହିନୀ

author img

By

Published : May 2, 2020, 1:00 AM IST

ଅଗରତାଲା: ବାଂଲାଦେଶରୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଶୁକ୍ରବାର ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ଯାହାକୁ ନେଇ 2 ଦେଶର ସୀମା ସୁରକ୍ଷା ବାହିନୀ ଭିତରେ ମତଭେଦ ଦେଖାଦେଇଥିଲା । ଭାରତ ପକ୍ଷରୁ ତାଙ୍କୁ ସ୍ବଦେଶ ଫେରାଇବାର ଚେଷ୍ଟା କରାଯାଇଥିଲେ ମଧ୍ୟ ବାଂଲାଦେଶ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ।

ତ୍ରିପୁରାରେ ଜଣେ ଲୋକଙ୍କ ଘର ବାହାରେ ସେ ବସିଥିବାର ଦେଖାଯାଇଥିଲା । ଖବର ପାଇ ବିଏସଏଫ ଯବାନ ସେଠାରେ ପହଞ୍ଚି ତାଙ୍କୁ ସ୍ବଦେଶ ପଠାଇବାର ବନ୍ଦୋବସ୍ତ କରିଥିଲେ । ବାଂଲାଦେଶୀ ହୋଇଥିବାରୁ ତାଙ୍କୁ ଫେନୀ ନଦୀ ଦ୍ବାରା ବାଂଲାଦେଶ ଫେରାଇ ଦେଇଥିଲେ ବିଏସଏଫ ଯବାନ ।

ତେବେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଉକ୍ତ ବ୍ୟକ୍ତିକୁ ତାଙ୍କ ଦେଶର ବୋଲି ମାନିବାକୁ ସେମାନେ ପ୍ରସ୍ତୁତ ନଥିଲେ । ଫଳରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏଥିରେ ଲୋକଟିକୁ ବାଂଲାଦେଶର ବୋଲି ମାନିନଥିଲେ ସୀମା ସୁରକ୍ଷା ଗାର୍ଡ । ତେବେ ବୈଠକ ମୈତ୍ରୀପୂର୍ଣ୍ଣ ଭାବେ ଶେଷ ହୋଇଥିଲା ବୋଲି ବିଏସଏଫ କହିଛି । ଶେଷ ଖବର ସୁଦ୍ଧା ଲୋକଟି ବିଏସଏଫ ପାଖରେ ଥିଲା । ତାଙ୍କର କୋଭିଡ-19 ପରୀକ୍ଷା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.