ETV Bharat / bharat

ପଞ୍ଜାବରେ ମାସ୍କକୁ ବାଧ୍ୟତାମୂଳକ ଘୋଷଣା କଲେ ସିଏମ୍ - ସାମାଜିକ ଦୂରତ୍ବ

କୋରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତ୍ବ ଓ ମାସ୍କ ହିଁ ଏହାର ଏକମାତ୍ର ଉପଚାର । ସେଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାସ୍କକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Masks are now compulsory: Punjab CM
ପଞ୍ଜାବରେ ମାସ୍କକୁ ବାଧ୍ୟତାମୂଳକ ଘୋଷଣା କଲେ ସିଏମ୍
author img

By

Published : Apr 10, 2020, 12:30 PM IST

ଚଣ୍ଡିଗଡ଼: ସାରା ବିଶ୍ବକୁ ବର୍ତ୍ତମାନ କବଳିତ କରି ରଖିଛି କୋରୋନା ଭୂତାଣୁ । ଯାହାକି ସରକାରଙ୍କ ନିଦ ହଜେଇ ଦେଇଛି । ତେବେ ଏହି ମହାମାରୀରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତ୍ବ ଓ ମାସ୍କ ହିଁ ଏହାର ଏକମାତ୍ର ଉପଚାର । ସେଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାସ୍କକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି । ଶୁକ୍ରବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ବିଟର ମାଧ୍ୟମରେ ମାସ୍କ ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟ ସଚିବ ମଧ୍ୟ ଲୋକଙ୍କ ହିତ ପାଇଁ ନିଜକୁ କିପରି ଏହି ଭାଇରସ କବଳରୁ ରକ୍ଷା କରିପାରିବ ସେନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା କୌଣସି ଜରୁରୀ ଜିନିଷ ପାଇଁ ଆପଣ ଯଦି ଘରୁ ବାହାରକୁ ଯିବାକୁ ଚାହୁଁଛନ୍ତି ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଆପଣ ଏକ ସଫା ସୂତା କପଡ଼ାକୁ ମଧ୍ୟ ମାସ୍କ ହିସାବରେ ବ୍ୟବହାର କରିପାରିବେ । ଆସନ୍ତୁ ସମସ୍ତେ ନିରାପଦରେ ରହିବା ଏବଂ ଏକାଠି ହୋଇ Covid_19ସହ ଲଢିବା ବୋଲି ସ୍ବାସ୍ଥ୍ୟ ସଚିବ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ପଞ୍ଜାବରେ ଶୁକ୍ରବାର ସକାଳେ ଏକ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 131କୁ ବୃଦ୍ଧି ଏବଂ ଏଯାବତ 11 ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.