ETV Bharat / bharat

ବଜାରରେ ନକଲି କୋରୋନା ଔଷଧ ଓ ଉପକରଣ

author img

By

Published : Mar 27, 2020, 5:46 PM IST

Updated : Mar 28, 2020, 2:17 PM IST

କୋରୋନା ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍‌ ସଂପର୍କିତ ବିଭିନ୍ନ କମ୍ପାନୀର ବିଜ୍ଞାପନ ପ୍ରକାଶ ପାଇବାରେ ଲାଗିଛି । ସେହିଭଳି, କେତେକ କମ୍ପାନୀ ନୋଭେଲ କୋରୋନା ଭାଇରସ୍‌ରୁ ଆରୋଗ୍ୟ ଉପାୟ ଖୋଜି ପାଇଥିବା ଦାବି କରୁଛନ୍ତି । ବହୁ ଲୋକ ଏଭଳି କିଟ୍‌ ଓ ଔଷଧପତ୍ର କିଣି ସାରିଛନ୍ତି ।

duplicate corona medicine sell in market
ବଜାରରେ ନକଲି କୋରୋନା ଔଷଧ ଓ ଉପକରଣ

ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍‌-19 ରୋଗ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଅନୁରୂପ ଭାବେ ନକଲି ପରୀକ୍ଷଣ ଉପକରଣ ଏବଂ ଔଷଧପତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଏହି ସାର୍ବଜନୀନ ସଂକଟରୁ କେତେକ କମ୍ପାନି ଅବୈଧ ଫାଇଦା ଉଠାଇବାରେ ଲାଗିଛନ୍ତି । କୋରୋନା ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍‌ ସଂପର୍କିତ ବିଭିନ୍ନ କମ୍ପାନୀର ବିଜ୍ଞାପନ ପ୍ରକାଶ ପାଇବାରେ ଲାଗିଛି । ସେହିଭଳି, କେତେକ କମ୍ପାନୀ ନୋଭେଲ କୋରୋନା ଭାଇରସ୍‌ରୁ ଆରୋଗ୍ୟ ଉପାୟ ଖୋଜି ପାଇଥିବା ଦାବି କରୁଛନ୍ତି । ବହୁ ଲୋକ ଏଭଳି କିଟ୍‌ ଓ ଔଷଧପତ୍ର କିଣି ସାରିଛନ୍ତି ।

ଏଭଳି ନକଲି ଟେଷ୍ଟିଂ କିଟ୍‌ ପାଇଁ ସେମାନେ ବିଭିନ୍ନ ଇ-କମର୍ସ ସାଇଟ୍‌ରେ ଅର୍ଡର ମଧ୍ୟ ଦେଇସାରିଛନ୍ତି । ଏଭଳି ସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ଏହି ସବୁ ନକଲି ସାମଗ୍ରୀ ଜନିତ ବିପତ୍ତିର ମୁକାବିଲା ଲାଗି ଆଗେଇ ଆସିଛି । ଖାଦ୍ୟ ଓ ଔଷଧପତ୍ର ଯାଞ୍ଚ କରିବା ପାଇଁ ଉଦ୍ଦିଷ୍ଟ ଆମେରିକାର ଏହି ସରକାରୀ ସଂସ୍ଥା ଏଭଳି କୌଣସି ଉପକରଣ କିମ୍ବା ଔଷଧକୁ ସେମାନେ ଅନୁମୋଦନ କରି ନାହାନ୍ତି ବୋଲି ସ୍ପଷ୍ଟ କରି ଦେଇଛି ।

କୋଭିଡ୍‌-19 ସଂକ୍ରମଣରୁ ବର୍ତ୍ତିବା ଲାଗି ନିର୍ଦ୍ଦିଷ୍ଟ କୌଣସି ଔଷଧ ନ ଥିବାରୁ ଏଭଳି ନକଲି ସାମଗ୍ରୀ ଏବଂ ସେ ସଂପର୍କିତ ଘୋଷଣାରୁ ଦୂରେଇ ରହିବା ଲାଗି ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ (FDA) ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି । କୋଭିଡ୍‌-19 ପ୍ରତିରୋଧକ ଔଷଧର ସନ୍ଧାନ ଲାଗି ଆମେ ବିଭିନ୍ନ ଔଷଧ କମ୍ପାନୀ ସହିତ ମିଶି ଉଦ୍ୟମ ଚଳାଇଛୁ । ଏଭଳି ସମୟରେ, ଏହି ଜରୁରୀକାଳୀନ ସ୍ଥିତିର ଫାଇଦା ନେଇ କେତେକ କମ୍ପାନୀ ଅଣ ଅନୁମୋଦିତ ସାମଗ୍ରୀ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି ।

ଲୋକେ ଏ ସଂପର୍କରେ ସଚେତନ ରହିବା ଦରକାର ଏବଂ ଏଭଳି ଔଷଧକୁ ବ୍ୟବହାର କରିବା ଉଚିତ ନୁହେଁ। ଆମେରିକାର ନାଗରିକମାନଙ୍କୁ ଏହି ଆବେଦନ କରିଛି USFDA । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଏଭଳି ନକଲି ସାମଗ୍ରୀ ବହୁଳ ମାତ୍ରାରେ ଉପଲବ୍ଧ । ଯଦିଓ ଘରେ ରହି କୋରୋନା ଭାଇରସ୍‌ ପରୀକ୍ଷଣ କରିବା ଲାଗି ଉଦ୍ଦିଷ୍ଟ ଏକ ଉପକରଣ ବା ହୋମ୍‌ ଟେଷ୍ଟିଂ କିଟ୍‌ ସୁବିଧାଜନକ, ତଥାପି ଏ ପର୍ଯ୍ୟନ୍ତ ଏଭଳି ଉପକରଣ ତିଆରି ହୋଇନାହିଁ ।

ଏଭଳି ନକଲି ସାମଗ୍ରୀ ବିକ୍ରେତାମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ସଂସ୍ଥା ଲୋକଙ୍କୁ ଭରସା ଦେଇଛି । ଏଭଳି ବିକ୍ରେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଂସ୍ଥା ସ୍ପଷ୍ଟ କରିଦେଇଛି । କୋଭିଡ୍‌-19ର ମୁକାବିଲା ଲାଗି ଔଷଧ ଓ ଟୀକା ଆବିଷ୍କାର କରିବା ଲାଗି ଆମେରିକାର କେତେକ ଫାର୍ମା ବାୟୋଟେକ୍‌ କମ୍ପାନୀ ସକ୍ରିୟ ଉଦ୍ୟମ ଚଳାଇଛନ୍ତି । USFDA କହିଛି ଯେ, ଏସବୁ ଔଷଧର ଡାକ୍ତରୀ ପରୀକ୍ଷଣ ଏବେ ବି ଜାରି ରହିଛି ।

ନକଲି ଔଷଧର ଏହି ଧାରା କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ସୀମିତ ହୋଇ ରହିନାହିଁ । ଭାରତରେ ମଧ୍ୟ ଉତ୍କଣ୍ଠିତ ଲୋକେ ଆଣ୍ଟିବାୟୋଟିକ୍‌ ଏବଂ ମ୍ୟାଲେରିଆ ନିରୋଧୀ ଔଷଧ କିଣିବାକୁ ଔଷଧ ଦୋକାନରେ ଭିଡ଼ ଜମାଇବାରେ ଲାଗିଛନ୍ତି । ଏହି କାରଣରୁ ଦେଶର ବିଭିନ୍ନ ଭାଗରେ ଏସବୁ ଔଷଧର ଅଭାବ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଆଜିଥ୍ରୋମାଇସିନ୍‌ ଏବଂ ଆମୋକ୍ସିସିଲିନ କ୍ୟାପ୍‌ସୁଲର ଅଭାବ ଦେଖାଦେଇଛି ।

ସେହିଭଳି, ମ୍ୟାଲେରିଆ ଏବଂ ଋତୁକାଳୀନ ଶାରୀରିକ ପ୍ରତିକ୍ରିୟା ବା ସିଜନାଲ ଆଲର୍ଜିର ଚିକିତ୍ସା ଲାଗି ବ୍ୟବହୃତ କ୍ଲୋରୋକୁଇନ୍‌ ଏବଂ ଲିଭୋସେଟ୍ରିଜିନ୍‌ ବଟିକାର ଅଭାବ ମଧ୍ୟ ଲାଗି ରହିଛି । ଅନ୍ୟ ପକ୍ଷରେ ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି କରୁଥିବା ବଟିକା ବଜାରରେ ଭରିଗଲାଣି । ହୋମିଓପାଥି ଔଷଧ ବିକୁଥିବା ଦୋକାନ ଆଗରେ ଲମ୍ବା ଧାଡ଼ି ଲାଗିଥିବା ଦେଖାଯାଇଛି । ହୋମିଓପାଥି ବଟିକା ସେବନ ଦ୍ବାରା କୋରୋନା ଭାଇରସ୍‌ ସଂକ୍ରମଣରୁ ଆରୋଗ୍ୟ ଲାଭ କରିହେବ ବୋଲି କେତେକ ରିପୋର୍ଟ ପ୍ରକାଶ ପାଇବା ପରେ ଆଶଙ୍କିତ ଲୋକେ ତରବର ହୋଇ ହୋମିଓପାଥି ଦୋକାନରୁ ଏହି ଔଷଧ କିଣି ନେଉଛନ୍ତି ।

କିନ୍ତୁ ପରୀକ୍ଷାମୂଳକ ଭାବେ ଔଷଧ ସେବନ ବିପଜ୍ଜନକ ବୋଲି ଡାକ୍ତରୀ ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇ ଦିଅନ୍ତି । ଯେ କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେମାନେ ନିବେଦନ କରିଛନ୍ତି । କୋଭିଡ୍‌-19 ସଂକ୍ରମଣର ପ୍ରତିରୋଧ ଲାଗି କୌଣସି ପ୍ରମାଣିତ ଔଷଧ ନ ଥିବାରୁ ଲୋକେ ଗୁଜବରେ ବିଶ୍ବାସ ନ କରିବାକୁ ଏବଂ ଚିକିତ୍ସା ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ବାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

Last Updated : Mar 28, 2020, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.