ETV Bharat / bharat

ମୁଁ ବାସ୍ ଏତିକି କହିବାକୁ ଚାହୁଁଛି ତୁମେ ମୋ ମୁଣ୍ଡ କାଟି ନେବ :ମମତା ବାନାର୍ଜୀ

author img

By

Published : May 24, 2020, 8:40 AM IST

କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କ ଅସନ୍ତୋଷକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମମତା ବାନାର୍ଜୀ କହିଛନ୍ତି, ମୁଁ ବାସ୍ ଏତିକି କହିବାକୁ ଚାହୁଁଛି ତୁମେ ମୋ ମୁଣ୍ଡ କାଟି ନେବ ।

amphan
ମମତା ବାନାର୍ଜୀ

କୋଲକାତା: ମହାବାତ୍ୟା ‘ଅମ୍ଫାନ’ କାରଣରୁ ପଶ୍ଚିମବଙ୍ଗର ଭିତ୍ତିଭୂମି ଏବଂ ଫସଲରେ 1 ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି। ବାତ୍ୟା ଆମ୍ଫାନ କାରଣରୁ କୋଲକାତାରେ ବିଜୁଳି ଓ ଜଳ ପାଇଁ ହାହାକାର ଖେଳିଯାଇଛି । ଏଭଳି ସ୍ଥିତିରେ ଲୋକ କ୍ରୋଧିତ ହୋଇ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଜରୁରୀ ସେବା ପୁନରୁଦ୍ଧାର ପାଇଁ ଆଉ କିଛି ସମୟ ମାଗିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ମୁଁ ଜାଣିଛି ଲୋକମାନେ ଚିନ୍ତିତ ଅଛନ୍ତି । ବାତ୍ୟା କ୍ଷୟକ୍ଷତିକୁ ଦୁଇ ଦିନ ହୋଇଗଲାଣି । ଆମେ ଚେଷ୍ଟା କରୁଛୁ ଏବଂ ଦିନରାତି କାମ କରୁଛୁ । ଟିକେ ଧୈର୍ଯ୍ୟ ରଖନ୍ତୁ । ଏହି ମହାମାରୀ ମଧ୍ୟରେ ଆଉ ଏକ ବିପର୍ଯ୍ୟୟ ଆସିଯାଇଛି । ଆମେ ଯଥାଶୀଘ୍ର ସବୁକିଛି ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛ। କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କ ଅସନ୍ତୋଷକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମମତା ବାନାର୍ଜୀ କହିଛନ୍ତି, ମୁଁ ବାସ୍ ଏତିକି କହିବାକୁ ଚାହୁଁଛି ତୁମେ ମୋ ମୁଣ୍ଡ କାଟି ନେବ ।

ଏଥିସହ ସେ କହିଛନ୍ତି, ଆମେ ବର୍ତ୍ତମାନ ଚାରୋଟି ସମସ୍ୟାର ସମ୍ମୁଖୀନ ହେଉଛୁ । କୋରୋନା, ଲକଡାଉନ୍, ପ୍ରବାସୀ ଶ୍ରମିକଙ୍କ ସହ ଜଡିତ ସମସ୍ୟା ଏବଂ ବର୍ତ୍ତମାନ ମହାବାତ୍ୟା ବିପର୍ଯ୍ୟୟ। ଏଥିସହ ସେ କହିଛନ୍ତି ଯେ ମହାବାତ୍ୟା ଅମ୍ଫାନ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଜାତୀୟ ବିପର୍ଯ୍ୟୟଠାରୁ ଅଧିକ। ଏଣୁ ଲୋକମାନେ ଭୂମି ବାସ୍ତବତାକୁ ବୁଝିବା ଏବଂ ସହଯୋଗ କରିବା ଉଚିତ୍।

ମମତା ବାନାର୍ଜୀ କହିଛନ୍ତି ଯେ, ମହାବାତ୍ୟା ଅମ୍ଫାନ ଯୋଗୁଁ ରାଜଧାନୀ କୋଲକାତାର ଅଧିକାଂଶ ସ୍ଥାନରେ ଗଛ ପଡିଛି । ଯେଉଁ କାରଣରୁ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ରାସ୍ତାରୁ ଗଛ ହଟାଇବା ପାଇଁ 200 ରୁ ଅଧିକ ଟିମ୍ କୋଲକାତାରେ କାର୍ଯ୍ୟ କରୁଛନ୍ତି। କୌଣସି ବିପର୍ଯ୍ୟୟରୁ ମୁକୁଳିବା ପାଇଁ ସମୟ ଲାଗିଥାଏ ବୋଲି ସେ କହିଛନ୍ତି ।

ମହାବାତ୍ୟା ଅମ୍ଫାନ ପାଇଁ ପଶ୍ଚିମବଙ୍ଗର ଅତ୍ୟାବଶ୍ୟକ ଭିତ୍ତିଭୂମି ତଥା ସେବାର ପୁନରୁଦ୍ଧାର ପାଇଁ ଗତ ଶନିବାର ଦିନ କୋଲକାତା ଏବଂ ଏହାର ଆଖପାଖ ଜିଲ୍ଲାରେ ସେନା ମୁତୟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.