କୋଲକାତା: ଶ୍ରମିକ ଏକ୍ସପ୍ରେସ ନାଁରେ ଭାରତୀୟ ରେଳବାଇ ଚଲାଉଛି କୋରୋନା ଏକ୍ସପ୍ରେସ । ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସରେ ସାମାଜିକ ଦୂରତା ମାନୁ ନାହାନ୍ତି ଲୋକେ । କେନ୍ଦ୍ରକୁ ଟାର୍ଗେଟ କରି କିଛି ଏପରି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ସମସ୍ତଙ୍କ ପାଇଁ ଗୋଟିଏ । ହେଲେ ରେଳମନ୍ତ୍ରଣାଳୟ ଏହାକୁ ମାନୁ ନାହାନ୍ତି । ଟ୍ରେନରେ ସାମାଜିକ ଦୂରତା ରହୁନି । ଯାତ୍ରୀ ସଂଖ୍ୟା କମାଇବା ପରିବର୍ତ୍ତେ ଏଥିରେ ଫୁଲ କାପାସିଟି ସହ ଟ୍ରେନ ଗୁଡିକ ଚାଲୁଛି । ଏହାସହ ଟ୍ରେନରେ ଶ୍ରମିକଙ୍କୁ କାହିଁକି ପାଣି ଓ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉନାହିଁ ବୋଲି ସେ ରେଳ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି ।
ଶ୍ରମିକ ଏକ୍ସପ୍ରେସ ନା ରେ ଚାଲୁଛି କୋରୋନା ଏକ୍ସପ୍ରେସ । ଅଧିଂକାଶ ଶ୍ରମିକଙ୍କୁ ହଟସ୍ପଟ ଅଞ୍ଚଳରୁ ଅଣାଯାଉଛି । ତେବେ କାହିଁକି ଅଧିକ ସଂଖ୍ୟାରେ ଟ୍ରେନ ଚାଲୁ ନାହିଁ । ମୁଁ ଥରେ ରେଳମନ୍ତ୍ରୀ ହୋଇଥିଲି । ସେତେବେଳେ କୋଚ ସଂଖ୍ୟା ବଢାଇଥିଲି । ଯଦି ମୁଁ ଏହା କରିପାରିଥିଲି ତେବେ କେନ୍ଦ୍ର କାହିଁକି ଏପରି କରୁନାହିଁ । ଅଧିକ ସଂଖ୍ୟାରେ ଟ୍ରେନ କଣ ପାଇଁ ଚାଲୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ ।
ଆମ ରାଜ୍ୟରେ ଅନେକ ଅସୁବିଧା ରହିଛି ଏହା ସତ୍ତ୍ବେ ବି ଆମେ ୱାର୍କ ଫୋର୍ସ କାପାସିଟିକୁ 50 ରୁ 70 ପ୍ରତିଶତକୁ ବଢାଇବାକୁ ନିଷ୍ପତ୍ତି ନେଇଛୁ । ଅମ୍ପାନର ତାଣ୍ଡବ ପରେ ଏବେ ଧିରେ ଧିରେ ପୁନଃରୁଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ ପୁଣି ଥରେ ପଶ୍ଚମବଙ୍ଗ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।