ETV Bharat / bharat

ପିଏମ କିଶାନ ଯୋଜନା କାର୍ଯ୍ୟକାରୀ ନେଇ ମମତାଙ୍କୁ ନଡ୍ଡାଙ୍କ ଟାର୍ଗେଟ

author img

By

Published : Jan 9, 2021, 5:42 PM IST

ଦୀର୍ଘଦିନ ପରେ ପଶ୍ଚିମବଙ୍ଗରେ ପିଏମ କିଶାନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଢନ୍ତୁ ଅଧିକ....

ପିଏମ କିଶାନ ଯୋଜନା କାର୍ଯ୍ୟକାରୀକୁ ଅନୁମୋଦନ କରିବା ପରେ ମମତାଙ୍କୁ ବିଜେପିର ଉପହାସ

କୋଲକାତା: ଦୀର୍ଘଦିନ ପରେ ପଶ୍ଚିମବଙ୍ଗରେ ପିଏମ କିଶାନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ନିଷ୍ପତ୍ତି ପରେ ମମତାଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମମତାଙ୍କୁ ଉପହାସ କରି କହିଛନ୍ତି ଯେ ମମତା ରାଜ୍ୟର ଚାଷୀଙ୍କ ଆକ୍ରୋଶରେ ଭୟଭୀତ ହୋଇ ଏହାକୁ ଲାଗୁ କରିବାରେ ବାଧ୍ୟ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଏହା କାର୍ଯ୍ୟକାରୀ କରିବାରେ ଖୁବ ବିଳମ୍ବ କରିଛି ପଶ୍ଚିମବଙ୍ଗ ସରକାର । ଶେଷ ମୁହୂର୍ତ୍ତରେ କୃଷକଙ୍କ ଆକ୍ରୋଶ ଯୋଗୁଁ ମମତାଙ୍କ ହାତରୁ ବଙ୍ଗଳା ଶାସନ ଖସି ଯାଉଥିବାବେଳେ ଏହାକୁ ଅନୁମତି ଦେଇଛନ୍ତି ମମତା ।

ନିର୍ବାଚନ ପାଖେଇ ଆସୁଥିବା ରାଜ୍ୟମାନଙ୍କରେ ବିଜେପି ପକ୍ଷରୁ '' କୃଷକ ସୁରକ୍ଷା ଅଭିଯାନ '' ଆରମ୍ଭ କରାଯାଇଛି । ଏହି କ୍ରମରେ ପଶ୍ଚିମବଙ୍ଗରେ ଅଭିଯାନର ମଙ୍ଗ ଧରିଛନ୍ତି ନଡ୍ଡା । ସେ କହିଛନ୍ତି ଯେ ଟିଏମସି ସରକାର ପ୍ରଧାନମନ୍ତ୍ରୀ କିଶନ ସମ୍ମାନ ନିଧି କାର୍ଯ୍ୟକାରୀ କରିବାକୁ ବିଳମ୍ବ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହୋଇଥିବାରୁ କୃଷକଙ୍କ ଆକ୍ରୋଶ ରାଜ୍ୟରେ ସ୍ପଷ୍ଟ ଦେଖାଯାଉଛି । ଏହି ଆକ୍ରୋଶ ଦେଖି ମମତା ସରକାର ଭୟଭୀତ, ତେଣୁ ମମତା ରାଜ୍ୟରେ ପିଏମ କିଶାନ ଯୋଜନା ଲାଗୁ କରିବା ବାଧ୍ୟ ହୋଇ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ବାରା ପିଏମ କିଶାନ ଯୋଜନା ଲାଗୁ ହେବା ପରେ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରିବା ପାଇଁ ସ୍ପଷ୍ଟ ମନା କରିଥିଲେ ମମତା ସରକାର । ସେବେ ଠାରୁ ରାଜ୍ୟର କୃଷକମାନେ ଏହି କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ରହିଥିଲେ । ବର୍ତ୍ତମାନ ମମତା ସରକାରଙ୍କ ଏପରି ୟୁଟର୍ଣ୍ଣ ତାଙ୍କୁ ଅନେକ ସମାଲୋଚନା ମଧ୍ୟକୁ ଠେଲି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.