ETV Bharat / bharat

ପଶ୍ଚିମବଙ୍ଗ ବିଜେପିରେ ବଡ ଧରଣର ଅଦଳବଦଳ: ପଦରୁ ହଟିଲେ ନେତାଜୀଙ୍କ ନାତି - ପଦରୁ ହଟିଲେ ନେତାଜୀଙ୍କ ନାତି

ପଶ୍ଚିମବଙ୍ଗରେ 2021 ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ବଡ଼ ଧରଣର ଅଦଳବଦଳ ହୋଇଛି । ଦଳର ଅଧାରୁ ଅଧିକ ଦଳର ନେତାଙ୍କୁ ହଟାଇ ଦିଆଯାଇଛି ଏବଂ ନୂତନ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଦାୟିତ୍ବ ଦିଆଯାଇଛି । ଗତ ବର୍ଷ କେନ୍ଦ୍ର ସରକାରଙ୍କ ନାଗରିକତ୍ବ ସଂଶୋଧନ ଅଧିନିୟମ (CAA) ବିରୋଧରେ ସ୍ବର ଉତ୍ତୋଳନ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷଙ୍କୁ ରାଜ୍ୟ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି ।

ପଶ୍ଚିମବଙ୍ଗ ବିଜେପି
ପଶ୍ଚିମବଙ୍ଗ ବିଜେପି
author img

By

Published : Jun 1, 2020, 9:58 PM IST

କୋଲକାତା: ପଶ୍ଚିମବଙ୍ଗରେ 2021 ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ବଡ଼ ଧରଣର ଅଦଳବଦଳ ହୋଇଛି । ଦଳର ଅଧାରୁ ଅଧିକ ଦଳର ନେତାଙ୍କୁ ହଟାଇ ଦିଆଯାଇଛି ଏବଂ ନୂତନ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଦାୟିତ୍ବ ଦିଆଯାଇଛି । ଗତ ବର୍ଷ କେନ୍ଦ୍ର ସରକାରଙ୍କ ନାଗରିକତ୍ବ ସଂଶୋଧନ ଅଧିନିୟମ (CAA) ବିରୋଧରେ ସ୍ବର ଉତ୍ତୋଳନ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷଙ୍କୁ ରାଜ୍ୟ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି ।

ପଶ୍ଚିମବଙ୍ଗରେ ବଲିଉଡ ଅଭିନେତ୍ରୀ ଅଗ୍ନିମିତ୍ରା ପାଲଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି କରାଯାଇଛି। ବିଜେପିର ପଶ୍ଚିମବଙ୍ଗ ବରିଷ୍ଠ ନେତାଙ୍କ ଦ୍ବାରା ପ୍ରକାଶିତ ସୂଚନା ଅନୁଯାୟୀ ମୋଟ 12 ନେତାଙ୍କୁ ରାଜ୍ୟ ଉପାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ଯେଉଁଥିରେ ବାରାକପୁରର ସାଂସଦ ଅର୍ଜୁନ ସିଂ, ବାଙ୍କୁଡା ସାଂସଦ ସୁଭାଷ ସରକାର, ଦେବଶିଷ ମିତ୍ର, ରାଜକମଲ ପଠକ, ରିତେଶ ତିୱାରୀ ପ୍ରମୁଖ ଅଛନ୍ତି । ରିତେଶ ତିୱାରୀ ବର୍ତ୍ତାମାନ ସୁଦ୍ଧା ରାଜ୍ୟ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ତେଣୁ ଦଳ ତାଙ୍କୁ ରାଜ୍ୟ ଉପାଧ୍ୟକ୍ଷ ଭାବରେ ପଦୋନ୍ନତି ଦେଇଛି ।

ଦଳ ରାଜ୍ୟ ସାଧାରଣ ସଚିବ ଭାବରେ ମୋଟ ପାଞ୍ଚଜଣ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଯେଉଁଥିରେ ପୁରୂଲିଆ ଲୋକସଭା ସାଂସଦ ଜ୍ୟୋତିର୍ମୟ ସିଂ ମହତୋ, ହୁଗୁଳୀ ସାଂସଦ ଲକେଟ ଚାଟାର୍ଜୀ, ରଥିନ ବସୁ, ସଞ୍ଜୟ ସିଂ, ସାୟଂତନ ବସୁ ରହିଛନ୍ତି ।

ଦଶଜଣ ନେତାଙ୍କୁ ରାଜ୍ୟ ସଚିବଙ୍କ ଦାୟିତ୍ବ ଦିଆଯାଇଛି। ଯେଉଁଥିରେ ବିଧାୟକ ସବ୍ୟସାଚୀ ଦତ୍ତା, ତୁଷାର ମୁଖାର୍ଜୀ, ଅରୁଣ ହାଲଦାର, ଦୀପାଞ୍ଜନ ଗୁହା, ବିବେକ ସୋନକର ଅନ୍ତର୍ଭୁକ୍ତ । ସାଂସଦ ସୈମିତ୍ର ଖାନଙ୍କୁ ଯୁବା ମୋର୍ଚ୍ଚାର ରାଜ୍ୟ ସଭାପତି କରାଯାଇଛି । ସେହିଭଳି ବଲିଉଡ ଅଭିନେତ୍ରୀ ଅଗ୍ନିମିତ୍ରା ପାଲଙ୍କୁ ମହିଳା ମୋର୍ଚ୍ଚାର ସଭାପତି ତଥା ସାଂସଦ ଖାଗେନ ମୁର୍ମୁଙ୍କୁ ଏସଟି ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.