ETV Bharat / bharat

ସୂର୍ଯ୍ୟୋଦୟ ପୂର୍ବରୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁ, ଓଁ ନମଃ ଶିବାୟ ଧ୍ବନିରେ କମ୍ପୁଛି ଶୈବପୀଠ

author img

By

Published : Feb 21, 2020, 10:40 AM IST

ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ। ଏହି ପବିତ୍ର ଦିନରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଇଛନ୍ତି। ଅଧିକ ଖବର ପଢନ୍ତୁ...

Mahashivratri festival
ସୂର୍ଯ୍ୟୋଦୟ ପୂର୍ବରୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁ, ଓଁ ନମଃ ଶିବାୟ ଧ୍ବନିରେ କମ୍ପୁଛି ଶୈବପୀଠ

ହାଇଦ୍ରାବାଦ: ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ। ବାବାଙ୍କ ଆରଧନା ପାଇଁ ବଡ଼ି ଭୋରରୁ ଶିବ ମନ୍ଦିରରେ ଭକ୍ତଙ୍କ ଖଚାଖଚ ଭିଡ। ମନ୍ଦିର ଦ୍ବାର ଖୋଲା ହେବା ପରେ ଭକ୍ତ ମାନେ ଗରା ଗରା ପାଣିରେ ପ୍ରଭୁ ଶିବଙ୍କୁ ଜଳାଭିଷେକ କରିଛନ୍ତି।

ତେବେ ବଦ୍ରିନାଥ ଶିବ ମନ୍ଦିରରେ ମହାଶିବରାତ୍ରିରେ ପୂଜା କରିବାର ଏକ ବିଶେଷ ମହତ୍ତ୍ବ ରହିଛି। ଆଜିର ଦିନରେ ଭକ୍ତମାନେ ବାବା ଭୋଳାଙ୍କୁ ଗଙ୍ଗାଜଳ,ବେଲ୍ବପତ୍ର,ଭାଙ୍ଗ ଓ ଦୁଦୁରା ଫୁଲ ଦେଇ ସନ୍ତୁଷ୍ଟ କରିଥାନ୍ତି। ବଦ୍ରିନାଥ ମନ୍ଦିରରେ ଆଜିର ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏନେଇ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ 2500 ସୁରକ୍ଷାକର୍ମୀ,ଏଟିଏସ,ବିଡିଡିଏସଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଉଜ୍ଜେୟନର ମହାକାଳେଶ୍ବର ମନ୍ଦିରରେ ରାଜାଧିରାଜ ଶିବଙ୍କୁ ଭକ୍ତ 44 ଘଣ୍ଟା ଧରି ଦର୍ଶନ କରିବେ।

ଆଜି 12 ଟାରେ ପ୍ରଭୁଙ୍କୁ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଦେଶର କୋଣ ଅନୁକୋଣରୁ ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି। ସେହିପରି ବାରାଣାସୀରେ ଓ କେଦାରନାଥରେ ଚାଲିଛି ଶିବ ଆରାଧନା। ସ୍ବତନ୍ତ୍ର ପୂଜାର୍ଚ୍ଚନା କମ୍ପୁଛି ମନ୍ଦିର ପରିସର।

ଏପଟେ 12ଟି ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗରେ ସ୍ବତନ୍ତ୍ର ପୂଜାଚର୍ଚ୍ଚନା କରାଯାଉଛି। ସେଥିମଧ୍ୟରେ ଗୁଜୁରାଟର ଗିର ସୋମନାଥ, ଆନ୍ଧ୍ରପ୍ରଦେଶର ଶ୍ରୀସୈଲମର ମଲ୍ଲିକାର୍ଜୁନ,ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳେଶ୍ବର,ମଧ୍ୟପ୍ରଦେଶର ଖାନ୍ଧୱାରେ ଥିବା ଓଁକାରେଶ୍ବର, ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଥିବା କେଦାରନାଥ ମନ୍ଦିର। ମହାରାଷ୍ଟ୍ରର ଭୀମଶଙ୍କର,ଉତ୍ତରପ୍ରଦେଶ ବାରଣାସୀର ବିଶ୍ବନାଥ ମନ୍ଦିର। ମହାରାଷ୍ଟ୍ର ନାଶୀକର ତ୍ରୟମ୍ବକେଶ୍ବର,ଝାଡଖଣ୍ଡ ଦେଓଘରରେ ବୈଦ୍ୟନାଥ ମନ୍ଦିର, ଗୁଜୁରାଟ ଦ୍ବାରିକାର ନାଗେଶ୍ବର ମନ୍ଦିର,ତାମିଲନାଡୁ ରାମେଶ୍ବରମର ରାମନାଥଶ୍ବାମୀ, ମହାରାଷ୍ଟ୍ର ଔରାଙ୍ଗାବାଦର ଗ୍ରୀଷ୍ନେଶ୍ବରରେ ଚାଲିଛି ଶିବରାତ୍ରୀର ସ୍ବତନ୍ତ୍ର ପୂଜା।

ସେହିପରି ଚାନ୍ଦିନୀ ଚୌକର ଶ୍ରୀ ଗୌରୀ ଶଙ୍କର ମନ୍ଦିର, ପଞ୍ଜାବ ଅମ୍ରିତସରର ଶୀବଲା ବାଗ୍ ଭାଇଆନରେ ମଧ୍ୟ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନ ପବନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.