ETV Bharat / bharat

ଏକଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବେ ଉଦ୍ଧବ ସରକାର - ଉଦ୍ଧବ ସରକାର

ମହାରାଷ୍ଟ୍ରରେ ଚିନି କଳରେ କାମ କରୁଥିବା ପ୍ରାୟ ଏକଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ବାସସ୍ଥଳୀକୁ ପଠାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ସରକାର । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ଲକ୍ଷେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବେ ଉଦ୍ଧବ ସରକାର

author img

By

Published : Apr 18, 2020, 12:15 PM IST

ମୁମ୍ବାଇ: ଲକଡାଉନରେ ଅଧିକ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଫେରିବାକୁ ବାଟ ବନ୍ଦ ହୋଇଯାଇଛି । ଭାରତର ମୁମ୍ବାଇରେ ସ୍ଥିତି ବହୁତ ଗମ୍ଭୀର ରହିଛି । ଏତିକି ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଏକ ଘୋଷଣା କରିଛନ୍ତି । 1 ଲକ୍ଷ 25 ହଜାର ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ଫେରିବାକୁ ଦେଇଛନ୍ତି ଅନୁମତି ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂଖ୍ୟାରେ ଚିନି କଳରେ ପ୍ରବାସୀ ଶ୍ରମିକମାନେ କାମ କରୁଛନ୍ତି । ତେବେ ଲକଡାଉନ ଘୋଷଣା ହେବା ପରେ ସମସ୍ତ ଶ୍ରମିକ ଚିନି କଳରେ ରହିବା ଖାଇବା ଆଦି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶ୍ରମିକ ମାନେ ବାରମ୍ବାର ନିଜ ଘରକୁ ଯିବାକୁ ଅଡି ବସିଛନ୍ତି । ଫଳରେ ତାଙ୍କୁ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଛି ସରକାର । ଏହାକୁ ବିରୋଧୀ ଦଳ ନେତା ମଧ୍ୟ ନିଜର ସହମତି ଜଣାଇଛନ୍ତି ।

ନିଜ ନିଜ ରାଜ୍ୟକୁ ଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ସେମାନେ ନିଜ ଘରକୁ ଯିବେ ବୋଲି କୁହାଯାଇଛି । ତେବେ ସେମାନଙ୍କ ଯିବାର ସମସ୍ତ ବ୍ୟବସ୍ଥା ଚିନିକଳର ମାଲିକମାନେ କରିବେ ବୋଲି କୁହାଯାଇଛି ।

ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ରହିଛି । ଏବେ ସୁଦ୍ଧା 3205 ଜଣ ଆକ୍ରାନ୍ତ ହୋଇଥିବା ବେଳେ 194 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.