ETV Bharat / bharat

କଂଗ୍ରେସ ନେତା ଜେଲ ଯାନ୍ତୁ: ସଞ୍ଜୟ ରାଉତ - ସଞ୍ଜୟ ରାଉତ

କଂଗ୍ରେସ ଶିବସେନା ମଧ୍ୟରେ ବଢୁଛି କି ଦୂରତା। କାହିଁକି ସଞ୍ଜୟ ରାଉତ ଜେଲ କଥା ଉଠାଇଲେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

maharashtra
maharashtra
author img

By

Published : Jan 18, 2020, 1:45 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ, ଏନସିପି ମିଳିତ ଭାବେ ସରକାର ଗଠନ କରିଛନ୍ତି। ହେଲେ ଏହି ଗଠବନ୍ଧନ ସରକାରରେ ଏବେ ଦେଖାଦେଇଛି ବିବାଦ। ଭିନ୍ନ ଭିନ୍ନ ବିଚାରଧାରାରେ ପରିଚାଳିତ ହେଉଥିବା ଏହି 3 ଦଳ ସରକାର ଗଠନ ପରଠାରୁ ବୟାନ ବାଜିରେ ମାତିଛନ୍ତି। କେତେବଳେ ସାବରକର ପ୍ରସଙ୍ଗକୁ ନେଇ କଂଗ୍ରେସ ହମଲା କରୁଛି ସେତିକି ବେଳେ ଶିବସେନା ମଧ୍ୟ କୌଣସି ସୁଯୋଗ ଛାଡୁନାହିଁ କଂଗ୍ରେସକୁ ସମାଲୋଚନା କରିବାକୁ।

ଶନିବାର ପୁଣିଥରେ ସାବରକର ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଛି ଶିବସେନା। ଦଳର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ସାବରକର ଜେଲ ଯାଇଥିଲେ। ସେଠାରେ ବହୁତ କଷ୍ଟ ଉଠାଇଥିଲେ। ସେହି ମହାନ ବ୍ୟକ୍ତିଙ୍କୁ ବିରୋଧ କରୁଥିବା ଲୋକ ତାଙ୍କ କଷ୍ଟ ଅନୁଭବ କରିବା ପାଇଁ ଚାହୁଁଛନ୍ତି ତ ସେମାନେ ଆଣ୍ଡାମାନ ସେଲ୍ୟୁଲାର ଜେଲକୁ 2 ଦିନ ପାଇଁ ଯାନ୍ତୁ ବୋଲି କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି ସେ। ଏହାକୁ ନେଇ ଏବେ ଦୁଇ ଦଳ ମଧ୍ୟରେ ବିବାଦ ବଢିପାରେ ବୋଲି ଆଶଙ୍କା କରାଯାଉଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.