ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ଦିନରେ ପ୍ରାୟ 3000 ପାଖାପାଖି ଆକ୍ରାନ୍ତ ବାହାରିଛନ୍ତି । ଖବର ଅନୁସାରେ ଶନିବାର 2940 କୋରୋନା ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ।
ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ 65 ହଜାର ପାର କରିଛି । ଏଥିରେ ମୁମ୍ବାଇର ସର୍ବାଧିକ ପଜିଟିଭ ରହିଛନ୍ତି । ମାୟା ନଗରୀରେ 24 ଘଣ୍ଟାରେ 1510 କେସ ବାହାରିଛି । ସେହିପରି 54 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ଆକ୍ରାନ୍ତ 38 ହଜାର 220 ରହିଛି । ସେହିପରି 1227 ଜଣ ଲୋକଙ୍କର ଏବେ ସୁଦ୍ଧା ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ଶନିବାର 99 ଲୋକଙ୍କର ପ୍ରାଣ ଯାଇଛି । ଏବେ ଯାଏଁ ମୋଟ୍ ଆକ୍ରାନ୍ତ 65 ହଜାର 168 ରହିଛି । ସେହିପରି ମୃତ୍ୟୁସଂଖ୍ୟା 2197 ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସୌଜନ୍ୟ@ANI