ETV Bharat / bharat

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ, ଆଜି ବିଧାୟକଙ୍କ ଶପଥ ଗ୍ରହଣ - maharastra politics

ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏହା ପୂର୍ବରୁ  ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବ  । ଏହି ଅଧିବେଶନରେ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ ।

thakrey
ଫାଇଲ ଫଟୋ
author img

By

Published : Nov 27, 2019, 8:14 AM IST

ମୁମ୍ବାଇ: ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଗୁରୁବାର ସନ୍ଧ୍ୟା 6 ଟା 40 ମିନିଟ ସମୟରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ପୂର୍ବରୁ ଉଦ୍ଧବ ଠାକରେ ଡିସେମ୍ବର ୧ରେ ଶପଥ ନେବେ ବୋଲି କୁହାଯାଉଥିଲା । ତେବେ ଏହା ପୂର୍ବରୁ ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଏହି ଅଧିବେଶନ ଡାକିଛନ୍ତି । ବିଧାନସଭାର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା କାଳିଦାସ କୋଲମ୍ବର ଏହି ଅଧିବେଶନରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ।

ତେବେ ଏହି ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ଲେମନ ଟ୍ରି ହୋଟେଲରୁ ବିଧାନସଭା ଅଭିମୁଖେ ବାହାରିଛନ୍ତି ଶିବସେନା ବିଧାୟକ । ସେପଟେ ବୁଧବାର ହିଁ ଶିବସେନା-ଏନସିପି-କଂଗ୍ରେସର ବୈଠକ ହେବ । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ହୋଇପାରେ ବୋଲି ଆକଳନ କରାଯାଉଛି ।

ସୂଚନାଯୋଗ୍ୟ ଯେ, କାଳିଦାସ କୋଲମ୍ବରଙ୍କୁ ଭଗତ ସିଂହ କୋଶୟାରୀ ମଙ୍ଗଳବାର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରାଇଛନ୍ତି । ଅସ୍ଥାୟୀ ଅଧ୍ୟକ୍ଷ ସମସ୍ତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇବେ । ଗୃହର ବରିଷ୍ଠତମ ସଦସ୍ୟଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି କରାଯାଇଥାଏ । ସବୁଠାରୁ ଅଧିକ ଥର ନିର୍ବାଚିତ ବିଧାୟକଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଭାବରେ ବଛାଯାଇଥାଏ, ଯାହାକୁ ରାଜ୍ୟପାଳ ମନୋନୀତ କରିଥାନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.