ETV Bharat / bharat

ମହାରାଷ୍ଟ୍ରରେ ଅକ୍ଟୋବର 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

author img

By

Published : Oct 1, 2020, 11:39 AM IST

ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରିଛନ୍ତି ।

ଅକ୍ଟୋବର 31 ଯାଏଁ ମହାରାଷ୍ଟ୍ରରେ ଲକଡାଉନ ବୃଦ୍ଧି

ମୁମ୍ବାଇ: ଦେଶରେ 63 ଲକ୍ଷ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରିଛନ୍ତି ।

ଏହି ସମୟରେ ରାଜ୍ୟରେ ଅକ୍ଟୋବର 5ରୁ ହୋଟେଲ, ଫୁଡ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ଖୋଲିବାକୁ ଅନୁମତି ଦିଆଯିବ। ଏହି ସମୟରେ ବିବାହ ମହୋତ୍ସବରେ 50 ଅତିଥିଙ୍କୁ ଅନୁମତି ଦିଆଯିବ । ଏହାଛଡା ରାଜ୍ୟରେ ଅକ୍ଟୋବର 31 ପର୍ଯ୍ୟନ୍ତ ବିଦ୍ୟାଳୟ, କଲେଜ ଏବଂ କୋଚିଂ ଅନୁଷ୍ଠାନ ଆଦି ବନ୍ଦ ରହିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ 13 ଲକ୍ଷ 70 ହଜାର ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ମାମଲା ମଧ୍ୟରୁ 10 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା 36 ହଜାର 181 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.