ETV Bharat / bharat

ମଧ୍ୟପ୍ରଦେଶରେ ଜୁଲାଇ 1ରୁ ‘କିଲ୍ କୋରୋନା’ ଅଭିଯାନ ଆରମ୍ଭ

author img

By

Published : Jun 29, 2020, 11:22 PM IST

ରାଜ୍ୟରେ COVID-19 ର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଜୁଲାଇ 1 ରୁ ‘କିଲ୍ କୋରୋନା’ ଅଭିଯାନ ଆରମ୍ଭ କରିବେ । ଏହି ଅଭିଯାନ ଅଧୀନରେ ଡୋର ଟୁ ଡୋର ସର୍ଭେ କରାଯିବ ଏବଂ ଅନ୍ୟାନ୍ୟ ରୋଗ ପାଇଁ ନାଗରିକଙ୍କ ଉପରେ ମଧ୍ୟ ପରୀକ୍ଷା କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଧ୍ୟପ୍ରଦେଶରେ ଜୁଲାଇ 1ରୁ ‘କିଲ୍ କରୋନା’ ଅଭିଯାନ ଆରମ୍ଭ

ଭୋପାଳ: ରାଜ୍ୟରେ COVID-19ର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଜୁଲାଇ 1 ରୁ ‘କିଲ୍ କରୋନା’ ଅଭିଯାନ ଆରମ୍ଭ କରିବେ । ଏହି ଅଭିଯାନ ଅଧୀନରେ ଡୋର ଟୁ ଡୋର ସର୍ଭେ କରାଯିବ ଏବଂ ଅନ୍ୟାନ୍ୟ ରୋଗ ପାଇଁ ନାଗରିକଙ୍କ ଉପରେ ମଧ୍ୟ ପରୀକ୍ଷା କରାଯିବ । ଶନିବାର କୋଭିଡ ମହାମାରୀ ଉପରେ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏନେଇ ସୂଚନା ଦେଇଛନ୍ତି ।

ଚୌହାନ କହିଛନ୍ତି ଯେ 15 ଦିନିଆ ଅଭିଯାନରେ 2.5 ଲକ୍ଷ ପରୀକ୍ଷା କରାଯିବ ଏବଂ ଦୈନିକ 15,000 ରୁ 20,000 ନମୁନା ସଂଗ୍ରହ କରାଯିବ । 10 ଲକ୍ଷ ଲୋକଙ୍କ ପାଇଁ ପରୀକ୍ଷା କ୍ଷମତା 4,000 ରୁ 8,000 ଅର୍ଥାତ ଦ୍ବିଗୁଣ ବୃଦ୍ଧି ହେବ ।

ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର COVID-19 ଆରୋଗ୍ୟ ହାର 76.9 ପ୍ରତିଶତ ଥିବାବେଳେ ଦେଶରେ ଆରୋଗ୍ୟ ହାର 58.1 ପ୍ରତିଶତ ରହିଛି । ରାଜ୍ୟରେ COVID-19 ଅଭିବୃଦ୍ଧି ହାର 1.44 ରହିଛି ଯାହାକି ଜାତୀୟ ହାରାହାରି 3.69 ପ୍ରତିଶତରୁ କମ୍ ଅଟେ ବୋଲି ସେ କହିଛନ୍ତି । ଶନିବାର ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ COVID-19 ମାମଲା 12,965 ଥିବା ବେଳେ 550 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.