ETV Bharat / bharat

ମହିଳା ଓ ଶିଶୁ ବିଭାଗର ବ୍ରାଣ୍ଡ ଆମ୍ବାସଡର ହେଲେ ସାଇକେଲ ଗାର୍ଲ ରୋଶନୀ - brand ambassador department of women and child development

ଦୈନିକ 24 କିମି ସ୍କୁଲକୁ ଯିବା ଆସିବା କରୁଥିବା ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର 16 ବର୍ଷୀୟ ରୋଶନୀ । ଦଶମ ବୋର୍ଡ ପରୀକ୍ଷାରେ 98.5 ପ୍ରତିଶତ ରଖି ଦେଶବାସୀଙ୍କ ନଜରକୁ ଆସିଥିଲେ । ଅଧିକ ପଢନ୍ତୁ...

WCD ବିଭାଗର ବ୍ରାଣ୍ଡ ଆମ୍ବାସାଡ ରୋଶନୀ
WCD ବିଭାଗର ବ୍ରାଣ୍ଡ ଆମ୍ବାସାଡ ରୋଶନୀ
author img

By

Published : Jul 15, 2020, 8:27 AM IST

ଭୋପାଳ: ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶର ବ୍ରାଣ୍ଡ ଆମ୍ବାସଡର ସାଜିଲେ 16 ବର୍ଷୀୟ ରୋଶନୀ । ଦଶମ ପରୀକ୍ଷା 98.5 ପ୍ରତିଶତ ରଖି ଚର୍ଚ୍ଚାକୁ ଆସିଥିଲେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ଛୋଟିଆ ଗାଁର ରୋଶନୀ ଭଦୌରିୟା । ରୋଶନୀ କେବଳ ବୋର୍ଡ ପରୀକ୍ଷାରେ ଏତେ ପ୍ରତିଶତ ମାର୍କ ରଖିଥିବାରୁ ଚର୍ଚ୍ଚାକୁ ଆସିନଥିଲେ । ବରଂ ପ୍ରତ୍ୟକ ଦିନ ସ୍କୁଲକୁ ସାଇକେଲର 12 କିମି ଯିବା ଆସିବା କରୁଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ଦୈନିକ ସ୍କୁଲ ଯାଆ ଆସ କରିବା ପରେ ତାଙ୍କ ପାଠପଢାରେ ବାଧା ସୃଷ୍ଟି କରିପାରିନଥିଲା । ଯାହାକୁ ନେଇ ସାରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରିଥିଲା ।

ରୋଶନୀଙ୍କ ଏହି ସାହସିକତାକୁ ଦେଖି ମଧ୍ୟପ୍ରଦେଶ ମହିଳା ଏବଂ ବିକାଶ ମନ୍ତ୍ରୀ ଇମ୍ରତୀ ଦେବୀ ତାଙ୍କୁ ଏହି ବିଭାଗର ଆମ୍ବାସାଡର ଘୋଷଣା କରିଛନ୍ତି । ଇମ୍ରିତୀ ଦେବୀ କହିଛନ୍ତି,'ରୋଶନୀ ଏକ ଉଦାହରଣ ଦେଇଛନ୍ତି ଯେ ଯଦି ଆଗ୍ରହ ଅଧିକ, ତେବେ ସବୁଠାରୁ କଠିନ ରାସ୍ତା ମଧ୍ୟ ସହଜରେ ଠିକ ହୋଇପାରିବ । ରୋଶନୀ ଏବେ ସେହି ଆଲୁଅ ଯେଉଁ ଝିଅମାନେ ନିଜ ସ୍ବପ୍ନକୁ ଅନ୍ଧାର ତଳେ ଦାବି ଦେଉଥିଲେ । ତାଙ୍କ ପ୍ରେରଣା ସାଜି ତାଙ୍କୁ ଆଗକୁ ପଠାଇବାକୁ ପ୍ରୋତ୍ସାହିତ କରିବ ।

ରୋଶନୀଙ୍କ ସଫଳତା ଏଥିପାଇଁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସାରା ଦେଶରେ ଭିଣ୍ଡ ଜିଲ୍ଲା ସର୍ବାଧିକ ଲିଙ୍ଗଗତ ଅନୁପାତ ଦେଖାଦିଏ ।

2011 ଜନଗଣନା ଅନୁଯାୟୀ, ଭିଣ୍ଡରେ ଲିଙ୍ଗ ଅନୁପାତ 1000 ପୁଅ ପ୍ରତି 838 ବାଳିକା ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହା 829 କମ୍ । ତେବେ, ରୋଶନିଙ୍କ ସଫଳତା ସହିତ, ବର୍ତ୍ତମାନ ଚିତ୍ର ଧୀରେ ଧୀରେ ବଦଳୁଛି । ଚଳିତ ବର୍ଷ 15 ଜଣ ଛାତ୍ର ଶତ ପ୍ରତିଶତ ମଧ୍ୟପ୍ରଦେଶ ବୋର୍ଡରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.