ETV Bharat / bharat

ଶ୍ମଶାନରୁ ମତଦାନ... - earlier

ଶ୍ମଶାନରୁ ମତଦାନ । ଗୋଟିଏ ପଟେ ବାପାଙ୍କ ମୃତ୍ୟୁର ଦୁଃଖ ଏବଂ ଅନ୍ୟପଟେ ଦେଶଗଠନରେ ଅଂଶୀଦାର ହେବାର ଇଚ୍ଛା । ଗୋଟିଏ ଭୋଟ, କିନ୍ତୁ କୋଟିକୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବକ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 6, 2019, 12:05 PM IST

ଭୋପାଲ: ମତଦାନ ନାଗରିକର ଅଧିକାର । ଦେଶ ଗଠନରେ ରହିଛି ପ୍ରତିଟି ନାଗରିକର ଭୂମିକା । ଭୋଟ ଦେବା, ଦେଶ ଗଢିବା । ଯେତେ ବାଧାବିଘ୍ନ ଆସିଲେ ବି ଭୋଟଦାନରୁ ବିରତ ରହିବା ଉଚିତ ନୁହେଁ । ମଧ୍ୟପ୍ରଦେଶ ଛତ୍ରପୁରର ଜଣେ ଯୁବକ ବୋଧେ ଏକଥାକୁ ବେଶ ଭଲ ଭାବରେ ବୁଝିଥିଲେ । ସେଇଥିପାଇଁ ତ ଶ୍ମଶାନରୁ ସିଧା ମତଦାନ ଦେବାକୁ ବାହାରି ପଡିଥିଲେ ସେ ।

ଘଟଣାଟି ଏପରି । ଆଜି ପଞ୍ଚମ ପର୍ଯ୍ୟାୟରେ 7 ରାଜ୍ୟର 51 ଲୋକସଭା ଆସନରେ ଚାଲିଛି ମତଦାନ । ଏହାରି ମଧ୍ୟରେ ରହିଛି ମଧ୍ୟପ୍ରଦେଶର 7 ଲୋକସଭା ଆସନ । ହେଲେ ମତଦାନ ବେଳେ ଦେଖିବାକୁ ମିଳିଛି ଏକ ନିଆରା ଆଉ ପ୍ରେରଣାଦାୟୀ ଦୃଶ୍ୟ । ବାପ ଛେଉଣ୍ଡ ହୋଇଯାଇଛନ୍ତି ପୁଅ । କିଛି ସମୟ ପୂର୍ବରୁ ବାପାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ହେଲେ ସେ ଯେ ଜଣେ ଦେଶର ନାଗରିକ ଏବଂ ତାଙ୍କୁ ଯେ ନାଗରିକର କର୍ତ୍ତବ୍ୟ କରିବାର ଅଛି, ଏକଥାକୁ ବେଶ ଭଲଭାବରେ ବୁଝିଥିଲେ ଯୁବକ ଜଣକ ।

ଶ୍ମଶାନରୁ ପୋଲିଂ ବୁଥ । ହୃଦୟରେ କୋହ, ଜନ୍ମଦାତାଙ୍କୁ ହରେଇଥିବାର ଦୁଃଖ । ହେଲେ ମନର ରହିଛି ଦେଶଗଠନର ଇଚ୍ଛା । ଯେକୌଣସି ପରିସ୍ଥିତିରେ ମଧ୍ୟ ଭୋଟଦାନରୁ ବିରତ ନରହିବାର ପ୍ରତିଶୃତିବଦ୍ଧତା । ସେଇଁଥିପାଇଁ ତ ଶ୍ମଶାନରୁ ସିଧାସଳଖ ପୋଲିଂ ବୁଥ ଯାଇଥିଲେ ଯୁବକ ଜଣକ । ହୁଏତ ଆଖିରୁ ଥପ୍ ଥପ୍ ଲୁହ ବାହାରୁଥିବ । ହେଲେ ଏଭଳି ଦୁଃଖଦ ପରିସ୍ଥିତିରେ ମଧ୍ୟ ଭୋଟଦାନରୁ ବୀରତ ରହିବାକୁ ଉଚିତ ମଣିନାହାଁନ୍ତି ଯୁବକ ଜଣକ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସଟିଏ ।

ଏ ଘଟଣା କେବଳ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରୁନାହିଁ । ବରଂ ଲମ୍ବା ଲାଇନ ଏବଂ ସମୟର ଅପଚୟ କହି ଭୋଟଦାନରୁ ବୀରତ ରହୁଥିବା ବ୍ୟକ୍ତିବିଶେଷଙ୍କୁ ଶକ୍ତ ଚାପୁଡା ମାରୁଛି । ଯେକୌଣସି ପରିସ୍ଥିତିରେ ମଧ୍ୟ ଭୋଟ ଦାନରୁ ବୀରତ ରହିବା ଉଚିତ ନୁହେଁ, ଅନ୍ତତଃ ସମସ୍ତଙ୍କୁ ଏକଥା କରି ଦେଖାଇ ଦେଇଛନ୍ତି ମଧ୍ୟପ୍ରଦେଶର ଏହି ଯୁବକ ଜଣକ ।

Intro:Body:

dffgd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.