ଲକ୍ଷ୍ନୌ: ଭାରତ ସୀମାରେ ନେପାଳ ନାଗରିକଙ୍କ କବଜା । ବର୍ତ୍ତମାନ ଭାରତୀୟ ଜମିକୁ ଧିରେ ଧିରେ କବଜା କରିବାରେ ଲାଗିଛନ୍ତି ନେପାଳ ନାଗରିକ । ଭାରତ-ନେପାଳ ସୀମାରେ ଥିବା ନୋମାନ୍ସ ଜମିର ବିବାଦୀୟ ସ୍ଥାନକୁ ଦଖଲ କରିବା ଆରମ୍ଭ କରିଛନ୍ତି । 39 ତମ ବାହୀନିର କମାଣ୍ଡାଣ୍ଟ ଜୁନ୍ 2 ତାରିଖରେ ଡିଏମ୍ ଶୈଳେନ୍ଦ୍ର କୁମାର ସିଂଙ୍କୁ ଏବାବଦରେ ଚିଠି ପଠାଇଛନ୍ତି ।
ନେପାଳ ନାଗରିକଙ୍କ ପ୍ରବେଶ ନେଇ ବଢୁଥିବା ଚାପକୁ ଦୃଷ୍ଟିରେ ରଖି ଡିଏମ୍ କେନ୍ଦ୍ର ସରକାରଙ୍କ ସମେତ ମୁଖ୍ୟ ଶାସନ ସଚିବ ଗୃହକୁ ଏକ ଚିଠି ପଠାଇଛନ୍ତି । ଏଥିପୂର୍ବରୁ ଭାରତ-ନେପାଳ ପକ୍ଷରୁ ମିଳିତ ଅଭିଯାନ ଚଳାଇ ଜବରଦଖଲକାରୀଙ୍କ ଉପରେ ନଜର ରଖିବା ପାଇଁ କାଞ୍ଚନପୁରୀ ଜିଲ୍ଲା ଏବଂ କୈଲାଲୀର ମୁଖ୍ୟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ନେପାଳ ସରକାର ଉତ୍ତରପ୍ରଦେଶ ସୀମାରେ ଅବସ୍ଥିତ ଲିପୁଲେଖ ଏବଂ କଳାପାଣି ବିଷୟରେ ଏକ ମାନଚିତ୍ର ପ୍ରକାଶ କରିସାରିଛନ୍ତି । ଯାହାଦ୍ବାରା ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି ।
ପିଲାର ନମ୍ବର 742 (ସୁଡା ଗ୍ରାମ, ପାଲିଆ) ଏବଂ ପିଲାର ନମ୍ବର 766 (ମିର୍ଚିଆ ଗ୍ରାମ ସମ୍ପୁର୍ଣ୍ଣନଗର) ରେ ଏସଏସବି ଚିଠିରେ ନୋ-ମ୍ୟାନ୍ସ ଜମିରେ ନେପାଳୀ ନାଗରିକଙ୍କ ଦଖଲକୁ ନେଇ ବିବାଦ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ଯେଉଁଠାରେ ବିବାଦ ଗଭୀର ହୋଇଛି ସେଠାରେ ପୂର୍ବରୁ କେବେ ବି ମିଳିତଭାବେ ମାପଚୁପ କରାଯାଇ ନାହିଁ । ଭାରତୀୟ ଅଧିକାରୀଙ୍କ ଅନୁଯାୟୀ 25 ରୁ 30 ପ୍ରତିଶତ ସ୍ତମ୍ଭ ସୀମାରେ ନିଖୋଜ ରହିଛି । ନେପାଳର ନାଗରିକମାନେ ଏହି ସ୍ତମ୍ଭଗୁଡ଼ିକୁ ଭାଙ୍ଗି ସେଠାରେ ଚାଷ କରୁଛନ୍ତି ।
ଡିଏମ ଶୈଳେନ୍ଦ୍ର ସିଂ କହିଛନ୍ତି ଯେ ଏହି ବିବାଦୀୟ ସ୍ଥଳର ମାମଲାଟି ପୂର୍ବରୁ ଚାଲିଆସିଛି । ତେବେ କୋରୋନା କାରଣରୁ ମିଳିତଭାବେ ଭାଗମାପ କରିବା ବନ୍ଦ ହୋଇଯାଇଛି । ଏସସିବି କମାଣ୍ଡାଣ୍ଟଙ୍କ ଏହି ଚିଠିଟି ଜବରଦଲକାରୀଙ୍କୁ ଏହି ସ୍ଥାନରୁ ଶୀଘ୍ର ଖାଲି କରିବା ବିଷୟରେ ଲେଖାଯାଇଛି । ଏହାକୁ ଗୁରୁତର ସହ ଗ୍ରହଣ କରି କେନ୍ଦ୍ର ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ନେପାଳର ଅଧିକାରୀମାନଙ୍କୁ ଉକ୍ତ ଚିଠି ପଠାଯାଇଛି ।