ETV Bharat / bharat

ପିତୃପକ୍ଷ-2019: ପୁନପୁନ ନଦୀ କୂଳରେ ହିଁ ଦିଆଯାଏ ପ୍ରଥମ ପିଣ୍ଡ

ଚାଲିଛି ପିତୃପକ୍ଷ । ଏଠାକୁ ପ୍ରତ୍ୟେକ ଦିନ ପିଣ୍ଡଦାନ ପାଇଁ ଦେଶବିଦେଶରୁ ଏଠାକୁ ଆସିଥାନ୍ତି ପିଣ୍ଡଦାନ ପାଇଁ । ତେବେ ବିଶ୍ବାସ ଅନୁଯାୟୀ ପୁନପୁନ ନଦୀ କୂଳରେ ହିଁ ପ୍ରଥମ ପିଣ୍ଡ ଦାନ କରାଯାଇଥାଏ । ଏଠାରେ ପିଣ୍ଡଦାନ ପରେ ଫଲ୍ଗୁ ନଦୀ ଓ ପିଣ୍ଡ ବେଦୀରେ ପିଣ୍ଡ ଦିଆଯିବାର ବିଶ୍ବାସ ରହି ଆସିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 23, 2019, 5:03 PM IST

ପାଟନା: ଚାଲିଛି ପିତୃପକ୍ଷ । ପରମ୍ପରା ଓ ବିଶ୍ବାସକୁ ଆଧାର କରି ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ପିଣ୍ଡଦାନ କରିବାକୁ । 15 ଦିନ ଧରି ଚାଲିବାକୁ ଥିବା ଏହି ପିତୃପକ୍ଷରେ ମୋକ୍ଷର ସହର ଗୟାକୁ ଶତାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଅନେକ ବିଶ୍ବାସ ଏହା ସହିତ ଯୋଡ଼ି ହୋଇ ରହିଥିବା ବେଳେ ଅନେକ ପୌରାଣିକ ତଥ୍ୟ ମଧ୍ୟ ଏଠାରେ ଶୁଣିବାକୁ ମିଳିଥାଏ । ଏହି ପକ୍ଷର 15 ଦିନରେ ପ୍ରତ୍ୟେକ ଦିନ ଓ ତିଥିକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ ।

ଏଠାରେ ବିଭିନ୍ନ ପ୍ରକାର ପିଣ୍ଡବେଦୀ ରହିଥିବା ବେଳେ ଏହି ସହର ନିକଟରେ ବହି ଯାଉଥିବା ଫଲ୍ଗୁ ନଦୀକୁ ନେଇ ମଧ୍ୟ ଅନେକ ଲୋକକଥା ରହିଛି । ତେବେ କେବଳ ଫଲ୍ଗୁ ନଦୀ ନୁହେଁ, ଏଠାରେ ଆଉ ଏକ ନଦୀ ରହିଛି । ପୁନପୁନୀ ନଦୀ । ଏହି ନଦୀକୁ ନେଇ ମଧ୍ୟ ଅନେକ ପୌରାଣିକ ତଥ୍ୟ ଦେଖିବାକୁ ମିଳିଥାଏ ।

ଫଲ୍ଗୁ ନଦୀ ବ୍ୟତୀତ ପୁନପୁନ ନଦୀ କୂଳରେ ମଧ୍ୟ ପିଣ୍ଡ ଦେବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଜମାଉଛନ୍ତି । ଏଠାରେ ପ୍ରଥମେ ପିଣ୍ଡଦାନ କରାଯାଇଥାଏ । ଏନେଇ ସ୍ଥାନୀୟ ପଣ୍ଡିତ ରାମେଶ୍ବର କୁହନ୍ତି, ପ୍ରଥମ ପିଣ୍ଡ ପୁନପୁନ ଘାଟରେ ହିଁ ଦିଆଯାଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି କି ଏଠାରେ ପିଣ୍ଡ ଦେବା ପରେ ହିଁ ଶ୍ରଦ୍ଧାଳୁମାନଙ୍କୁ ଫଲ୍ଗୁ ନଦୀ କୂଳରେ ହିଁ ପିଣ୍ଡଦାନ କରିବାକୁ ଅନୁମତି ମିଳିଥାଏ । ଏଥିପାଇଁ ଶ୍ରଦ୍ଧାଳୁମାନେ ଏଠାକୁ ପ୍ରଥମେ ପିଣ୍ଡଦାନ କରିବାକୁ ଆସିଥାନ୍ତି । ପୂର୍ବପୁରୁଷଙ୍କ ଆତ୍ମାର ମୋକ୍ଷ ପାଇଁ ଏଠାରେ ପ୍ରଥମେ ପିଣ୍ଡ ଦାନ କରାଯାଇଥାଏ ବୋଲି ସେ କହିଛନ୍ତି। ଏଠାକୁ ଦେଶ-ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଥମେ ପିଣ୍ଡଦାନ କରିଥାନ୍ତି ।

ସେହିଭଳି ପୁନପୁନ ନଦୀ ସମ୍ପର୍କରେ ପଣ୍ଡା ସମିତି ଅଧ୍ୟକ୍ଷ ବିଜୟ ପଣ୍ଡିତ କହିଛନ୍ତି କି, ପଲାମୁ ଜଙ୍ଗଲରେ ମହର୍ଷି ଚୈଓ୍ବଣ୍ୟ ତପସ୍ୟା କରୁଥିଲେ । ସେହି ସମୟରେ ତାଙ୍କର କମଣ୍ଡଳରୁ ପୁନପୁନ ଜଳ ବାହାରିଥିଲା । ଏହାପରେ ଉକ୍ତ ପୁନପୁନ ନଦୀର ଉତ୍ପନ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ । ତେବେ କିଛି ସ୍ଥାନରେ ଏହି ନଦୀକୁ ଲୋକମାନେ ଗଙ୍ଗା ନଦୀ ମଧ୍ୟ କହିଥାନ୍ତି ।

ସେହିଭଳି ପୌରାଣିକ କଥାବସ୍ତୁ ଅନୁଯାୟୀ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମ ମାତା ଜାନକୀଙ୍କ ସହିତ ଏଠାକୁ ପିଣ୍ଡ ଦାନ କରିବାକୁ ଆସିଥିଲେ । ରାଜା ଦଶରଥଙ୍କୁ ଏଠାରେ ପିଣ୍ଡ ଅର୍ପଣ କରିବା ପରେ ପ୍ରଭୁ ଶ୍ରୀରାମ ଫଲ୍ଗୁ ନଦୀ କୂଳକୁ ପିଣ୍ଡ ଅର୍ପଣ ପାଇଁ ଯାଇଥିଲେ ବୋଲି ପୂରାଣରୁ ଜଣାପଡ଼େ । ସେହିଭଳି ପୁନପୁନ ଘାଟରେ ଗୟାସୁର ରାକ୍ଷସର ପାଦତଳେ ରହିଥିଲା । ତେବେ ମୃତ୍ୟୁ ପରେ ତାର ପାଦକୁ ସର୍ବପ୍ରଥମେ ପୂଜା କରାଯିବ ବୋଲି ବରଦାନ ପାଇଥିଲା । ମୃତ୍ୟୁ ସମୟରେ ତାର ପାଦ ପୁନପୁନ ଘାଟରେ ରହିଥିଲା । ଏହି ବିଶ୍ବାସରେ ଶ୍ରାଦ୍ଧକାର୍ଯ୍ୟ ପାଇଁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏଠାରେ ପିଣ୍ଡ ଦାନ କରିଥାନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.