ETV Bharat / bharat

ପଙ୍ଗପାଳ ଆକ୍ରମଣ: 15 ଜିଲ୍ଲାକୁ ସତର୍କତା ଜାରି କଲା ଉତ୍ତରପ୍ରଦେଶ କୃଷି ବିଭାଗ - Locust Attack

ଉତ୍ତରପ୍ରଦେଶର 4ଟି ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ଦେଖାଯିବା ପରେ ଉତ୍ତରପ୍ରଦେଶ କୃଷି ବିଭାଗ 15ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବ ପରେ ଉତ୍ତରପ୍ରଦେଶର ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ଦେଖାଯାଇଛି । ଅଧିକ ପଢନ୍ତୁ...

ପଙ୍ଗପାଳ ଆକ୍ରମଣ: 15 ଜିଲ୍ଲାକୁ ସତର୍କତା ଜାରି କଲା ଉତ୍ତରପ୍ରଦେଶ କୃଷି ବିଭାଗ

author img

By

Published : Jun 1, 2020, 7:56 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର 4ଟି ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ କରିବା ପରେ ଉତ୍ତରପ୍ରଦେଶ କୃଷି ବିଭାଗ 15ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବ ପରେ ଉତ୍ତରପ୍ରଦେଶର ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ଦେଖାଯାଇଛି ।

ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି କୃଷି ବିଭାଗ ଆଗ୍ରା, ମଥୁରା, ସାହାରନପୁର, ଶାମଲି, ମୁଜାଫରନଗର, ବାଗପଟ, ମହୋବା, ବନ୍ଦା, ଚିତ୍ରକୂଟ, ହମିରପୁର ଓ ମିର୍ଜାପୁର ଜିଲ୍ଲା ସହ ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୃଷି ବିଭାଗ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ।

ପଙ୍ଗପାଳ ମୁକାବିଲା ପାଇଁ ଉତ୍ତରପ୍ରଦେଶ ସରକାର ରାଜ୍ୟସ୍ତରରେ ତଥା ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ପ୍ରଶମନ ଟିମ ଗଠନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ 486ଟି ଯାନକୁ ସହ 5365ଟି ସ୍ପ୍ରେ ସୁବିଧା ଥିବା ଟ୍ରାକ୍ଟର, 2172ଟି ନଗର ନିଗମ ଟ୍ୟାଙ୍କର ଓ ଟ୍ରାକ୍ଟର, 2423 ନଗର ନିଗମ ସ୍ପ୍ରେୟର, 29744 ସୁଗାର ମିଲ ତଥା ଆଖୁ ବିଭାଗ ସ୍ପ୍ରେୟର, 54967 ଉଚ୍ଚ ଧ୍ବନି ସୃଷ୍ଟିକାରୀ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି ।

ଝାନସୀ, ଲଳିତପୁର, ସୋନଭଦ୍ରା, ଜଲାଉ ସମେତ ଆଗ୍ରା, ମଥୁରା, ସାହାରନପୁର, ଶାମଲି, ମୁଜାଫରନଗର, ବାଗପଟ, ମହୋବା, ବନ୍ଦା, ଚିତ୍ରକୂଟ, ହମିରପୁର ଓ ମିର୍ଜାପୁରରେ ଅଗ୍ନିଶମ ବିଭାଗର ମୋଟ 86ଟି ଗାଡି, 1288ଟି ସ୍ପ୍ରେ ସୁବିଧା ଥିବା ଟ୍ରାକ୍ଟର, 312ଟି ନଗର ନିଗମ ଟ୍ରାକ୍ଟର ଓ ଟ୍ୟାଙ୍କର, 204ଟି ନଗର ନିଗମ ସ୍ପ୍ରେୟର, 18261ଟି ଉଚ୍ଚ ଧ୍ବନି ସୃଷ୍ଟିକାରୀ ଯନ୍ତ୍ର ଓ 314110 ଲିଟର କୃଷି ରସାୟନିକ ପଦାର୍ଥ ବ୍ୟବସ୍ଥା କରାଯାଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି ।

ଉତ୍ତର ଭାରତରେ ପଙ୍ଗପାଳକୁ 'ଟିଡି ଡାଲ' ଜଣାଯାଏ । ପଙ୍ଗପାଳ ହେଉଛି ଝିଣ୍ଟିକା ପ୍ରଜାତିର ଜୀବ ଯାହା ଦଳବଦ୍ଧ ଭାବରେ ଆସିବା ସହ ବ୍ୟାପକ ଫସଲ ନଷ୍ଟ କରିଥାଏ ।

ଗତ କିଛିଦିନ ପୂର୍ବରୁ ରାଜସ୍ଥାନର ଅନେକ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ହୋଇଥିବା ଜଣାପଡିଛି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପଙ୍ଗପାଳ ଚେତାବନୀ ସଂଗଠନ (LWO) ଚଳିତ ବର୍ଷ ମେ-ଜୁନ୍ ମାସରେ ଆଉ ଏକ ଆକ୍ରମଣ ସମ୍ପର୍କରେ ଚେତାବନୀ ଦେଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷର ପଙ୍ଗପାଳ ଆକ୍ରମଣ ମେ 11ରେ ପାକିସ୍ତାନ ସୀମାବର୍ତ୍ତୀ ଉତ୍ତର ରାଜସ୍ଥାନର ଗଙ୍ଗାନଗରରୁ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.