ETV Bharat / bharat

ପ୍ରତିରକ୍ଷା ପ୍ରକଳ୍ପରେ ସହଯୋଗ ପାଇଁ ଲକହିଡ୍ ମାର୍ଟିନ ଆଗ୍ରହୀ - ଆମେରିକା କମ୍ପାନୀ ‘ଲଖିଦ ମାର୍ଟିନ’

ଆମେରିକୀୟ ଏରୋସ୍ପେସ କମ୍ପାନୀ ଲକହିଡ୍ ମାର୍ଟିନ ଭାରତକୁ ତେଜସ ଓ AMCA (advanced multi-role combat aircraft) ଭଳି ବିଭିନ୍ନ ପ୍ରକଳ୍ପରେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଛି । ଅଧିକ ପଢନ୍ତୁ...

Lockheed Martin says ready to help India on Tejas and AMCA projects
ପ୍ରତିରକ୍ଷା ପ୍ରକଳ୍ପରେ ସହାୟକ ହେବାକୁ ଇଚ୍ଛା କଲା ଆମେରିକା କମ୍ପାନୀ ‘ଲଖିଦ ମାର୍ଟିନ’
author img

By

Published : Feb 13, 2020, 11:42 PM IST

ନୂଆଦିଲ୍ଲୀ: ଆମେରିକୀୟ ଏରୋସ୍ପେସ କମ୍ପାନୀ ଲକହିଡ୍ ମାର୍ଟିନ ଭାରତକୁ ତେଜସ ଓ AMCA (advanced multi-role combat aircraft) ଭଳି ବିଭିନ୍ନ ପ୍ରକଳ୍ପରେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଛି । ଆମେରିକା ରାଷ୍ଟ୍ରପତି ଆସନ୍ତା 24ରୁ ଭାରତ ଗସ୍ତ କରୁଥିବା ବେଳେ କମ୍ପାନୀ ପ୍ରତିରକ୍ଷା ଓ ସାମରିକ ସହଭାଗିତା ଭଳି କ୍ଷେତ୍ରରେ ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛି । ଏନେଇ ଲକହିଡ୍ ମାର୍ଟିନର ଉପସଭାପତି ବିବେକ ଲାଲ ସୂଚନା ଦେଇଛନ୍ତି ।

ଉପସଭାପତି ବିବେକ ଲାଲ କହିଛନ୍ତି, ‘ଭାରତୀୟ ବାୟୁସେନାର ତେଜସ ତଥା ଏଏମସିଏ ଭଳି ବିଭିନ୍ନ ପ୍ରକଳ୍ପରେ ଭାରତ ଯଦି ଆମକୁ ଆବଶ୍ୟକ କରେ ତେବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ।’

ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(HAL) ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି(ADA) ଦ୍ବାରା ଘରୋଇ ଭାବେ ନିର୍ମାଣ କରାଯାଉଥିବା ତେଜସ ଭାରତ ପାଇଁ ଏକ ବଡ ଉପଲବ୍ଧି । ଏହାର ଆଧୁନିକ ସଂସ୍କରଣ ନିର୍ମାଣ କରିବାକୁ ଉଭୟେ ସଂସ୍ଥା ପ୍ରଚେଷ୍ଟା ଜାରିରଖିଛନ୍ତି । ଏଥିରେ ସହାୟତା ପ୍ରଦାନ କରିବାକୁ ଲକହିଡ୍ ମାର୍ଟିନ ଇଚ୍ଛା ପ୍ରକାଶ କରିଛି । ଅନ୍ୟପକ୍ଷରେ ଲଖିଦ ମାର୍ଟିନର F-21ଜେଟ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ । ଏଥିପାଇଁ 118ଟି ଯୁଦ୍ଧ ବିମାନ କିଣିବାକୁ ଭାରତୀୟ ବାୟୁସେନାର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଭାରତ ନିଜର ବାୟୁସେନାର ଶକ୍ତିବୃଦ୍ଧି ପାଇଁ 5ମ ସଂସ୍କରଣର ମଧ୍ୟମ ଓଜନ ବର୍ଗର ଫାଇଟର ଜେଟ ନିର୍ମାଣ ପାଇଁ 5 ବିଲିଅନ ଆମେରିକୀୟ ଡଲାରର ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ।

ଗତ 6 ବର୍ଷ ମଧ୍ୟରେ ଭାରତ- ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ଚୁକ୍ତି ସଫଳ ଭାବରେ ଆଗକୁ ବଢୁଛି । 2019ରେ ଇଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା କାରବାର 18 ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.