ETV Bharat / bharat

ଯମୁନା ନଦୀକୁ ଲକ୍‌ଡାଉନ୍‌ ଫାଇଦା, ବିଶୁଦ୍ଧ ହେଉଛି ଜଳ

ଦିଲ୍ଲୀ ଯମୁନା ନଦୀକୁ ଲକ୍‌ଡାଉନ୍‌ର ଫାଇଦା ହେଉଛି । ପୂର୍ବରୁ ଦୂଷିତ ଜଳରେ କଳୁଷିତ ହୋଇପଡିଥିବା ଯମୁନା ଏବେ ବିଶୁଦ୍ଧ ହେଉଛି । ଅଧିକ ପଢନ୍ତୁ...

yamuna
ଯମୁନା ନଦୀକୁ ଲକ୍‌ଡାଉନ୍‌ ଫାଇଦା, ବିଶୁଦ୍ଧ ହେଉଛି ଜଳ
author img

By

Published : Apr 6, 2020, 8:25 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ । ରାଜଧାନୀ ହୋଇଥିବାରୁ ଏହାର ଅନ୍ୟ କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ଯେତେବେଳେ ଦିଲ୍ଲୀ କଥା ଉଠେ ସେତେବେଳେ ସହର ଇତିହାସର ମୁକସାଖୀ ସାଜିଥିବା ଯମୁନା ନଦୀ କଥା ବି ଉଠେ । ବିଗତବର୍ଷ ମାନଙ୍କରେ ଯମୁନା ନିଜର ଅସ୍ତିତ୍ବ ହରାଇବାକୁ ବସିଥିବାବେଳେ ଦୂଷିତ ଜଳ ପାଇଁ ବେଶ୍‌ ପରିଚିତ ଥିଲା । ସେପଟେ ଏହାର ପୂର୍ବସ୍ଥିତି ଫେରାଇ ଆଣିବା ଲାଗି ସରକାର କରିଥିବା ବହୁ ଯୋଜନା ଫେଲ୍‌ ମାରିଥିଲା । ହେଲେ ସରକାର ଯାହା କରିପାରିଲେନି ତାହା କିଛି ମାତ୍ରାରେ କରିଦେଖାଇଛି ଲକ୍‌ଡାଉନ୍‌ ।

ଯମୁନା ନଦୀକୁ ଲକ୍‌ଡାଉନ୍‌ ଫାଇଦା, ବିଶୁଦ୍ଧ ହେଉଛି ଜଳ

ଲକ୍‌ଡାଉନ୍‌ ଫଳରେ ଯମୁନା କୂଳରେ ଗଢିଉଠିଥିବା ସବୁ କଳକାରଖାନା ବନ୍ଦ ପଡିଛି । ଫଳରେ କଳକାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଜଳ ଲାଗି କଳୁଷିତ ହୋଇ ପଡିଥିବା ଯମୁନା ଆଜି ସୁନ୍ଦରତା ଆଡକୁ ମୁହାଁଉଛି । ଗାଡିମଟର ଚାଲୁନଥିବାରୁ ଦିଲ୍ଲୀ ଆକାଶ ଯେପରି ସ୍ବଚ୍ଛ ଓ ନିର୍ମଳ ହୋଇଯାଇଛି । ଠିକ୍‌ ସେହିପରି କଳକାରଖାନା ଚାଲୁନଥିବାରୁ ଯମୁନା ବି ଜମ ଯନ୍ତ୍ରଣାରୁ ମୁକ୍ତି ପାଇଛି ।

ଅଧିକ ପଢନ୍ତୁ...ଦୂଷିତ ହେଉଛି ଯମୁନା ଜଳ

ଫଳରେ ମତ୍ସ୍ୟଜୀବୀମାନେ ଏବେ ଖୁସିବ୍ୟକ୍ତ କରିବା ସହ ଯମୁନାରେ ନିଜ ଜୀବିକା ନିର୍ବାହ କରୁଛନ୍ତି । ତେବେ ପ୍ରକୃତରେ ଯମୁନାର ଜଳ କେତେ ମାତ୍ରାରେ ସ୍ବଚ୍ଛ ହୋଇଛି ତାହା ଜଳ ପରୀକ୍ଷା ପରେ ହିଁ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.